ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଟିକେଟ କିଣିବା ଲାଗି କାଉଣ୍ଟର ସମ୍ମୁଖରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। ସେଠାରେ ଠେଲାପେଲା ହେଉଥିବା ଦେଖିବାକୁ ମିଳିଛି।

ଭାରତ ଓ ଇଂଲଣ୍ଡ ଦିନିକିଆ ପାଇଁ କାଉଣ୍ଟରରେ ପ୍ରାୟ ୧୨ ହଜାର ଟିକଟ ବିକ୍ରି ହେବ। ଅନଲାଇନରେ ଟିକଟ କିଣି ପାରିନଥିବା କ୍ରିକେଟ୍‌ ପ୍ରେମୀ ଅଫଲାଇନ୍‌ରେ କିଣିବାକୁ ଆଶା ବାନ୍ଧିଛନ୍ତି। ବୁଧବାର ସକାଳ ୯ଟାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲେ ମଧ୍ୟ ଲୋକେ ମଙ୍ଗଳବାର ରାତିରୁ ଲାଇନ ଲଗାଇଥିବା ଦେଖିବାକୁ ମିଳିଥିଲା।

ଟିକେଟ ବିକ୍ରି ପାଇଁ ଏଥର ୪ଟି ଟିକେଟ୍‌ କାଉଣ୍ଟର କରାଯାଇଛି। ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏହାପୂର୍ବରୁ ମଙ୍ଗଳବାର ସଂଧ୍ୟା ସୁଦ୍ଧା ଓସିଏ ସହ ଅନୁବନ୍ଧିତ ୭୦ରୁ ଅଧିକ ଅନୁଷ୍ଠାନ ଏବଂ ଓସିଏ କର୍ମକର୍ତ୍ତାଙ୍କ ପାଇଁ ଟିକେଟ ବିକ୍ରି ହୋଇଥିଲା। ଏଥିରେ ପ୍ରାୟ ୧୦ ହଜାର ଟିକେଟ ବିକ୍ରି ପାଇଁ ରଖାଯାଇଥିଲା।

Tags: #IndiavsEngland #ODIMatch #TicketSale #BarabatiStadium #Cricket #Odisha

LEAVE A REPLY

Please enter your comment!
Please enter your name here