ଓଡ଼ିଶାଲାଇଭ୍ ବ୍ୟୁରୋ

(କୃଷ୍ଣ କୁମାର ମହାନ୍ତି): ନୂଆଦିଲ୍ଲୀଠାରେ ଚାଲିଥିବା ବିଶ୍ଵ ପୁସ୍ତକ ମେଳାରେ ବିଶିଷ୍ଟ ଅନୁବାଦକ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ଦ୍ଵାରା ଅନୁଦିତ ପୁରୀର ବରିଷ୍ଠ କବି ଶୈଳବାଳା ମହାପାତ୍ରଙ୍କର କବିତା ପୁସ୍ତକ ‘ଏକ ବାର୍ ଦିବାର ବନ ଗୟେ ତୋ’ ଉନ୍ମୋଚିତ ହୋଇଯାଇଛି। ଏହି କବିତା ପୁସ୍ତକଟିକୁ ହିନ୍ଦୀର ବିଶିଷ୍ଟ କବି ତଥା ଭାରତୀୟ ଜ୍ଞାନପୀଠର ପୂର୍ବତନ ନିର୍ଦ୍ଦେଶକ ଲୀଳାଧର ମାଣ୍ଡଲୋଇ ଏବଂ ପ୍ରଫେସର ଦିବିକ ରମେଶ ଉନ୍ମୋଚନ କରିଥିଲେ।

ପୁସ୍ତକ ଉନ୍ମୋଚନ ଉତ୍ସବରେ ହିନ୍ଦୀ ଓ ଓଡ଼ିଆ ଭାଷାର ବିଶିଷ୍ଟ କବିଗଣ ଭାରତ ଭୂଷଣ ଆର୍ଯ୍ୟ, ସୁରେଶ ଉନିଆଲ, ରାଜେନ୍ଦ୍ର ଉପାଧ୍ୟାୟ, ରଜନୀକାନ୍ତ ଶୁକ୍ଳ, ସୁନୀଲ ସକ୍ସେନା, ମନୀଷ ଜୈନ, ସୁଧା ଚୌବେ, ମାନସ ରଞ୍ଜନ ମହାପାତ୍ର, ବିରଜା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରକାଶିତ ପୁସ୍ତକର ଏକ କପି ସମକାଳୀନ ଭାରତୀୟ ସାହିତ୍ୟର ସମ୍ପାଦକ ବିଶିଷ୍ଟ କଥାକାର ବଳରାମଙ୍କୁ ଉପହାର ସ୍ଵରୂପ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନ୍ୟାସନାଲ ବୁକ ଟ୍ରଷ୍ଟର ଇଂରାଜୀ ସମ୍ପାଦକ ଦ୍ୱିଜେନ୍ଦ୍ର କୁମାର ତଥା ପୁସ୍ତକର ପ୍ରକାଶକ ଜିତେନ୍ଦ୍ର ପାତ୍ରଙ୍କ ସମେତ ବହୁ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ।

Tags: #WorldBookFair #NewDelhi #Poetrybook #BookRelease #Odisha #OdiaBook

LEAVE A REPLY

Please enter your comment!
Please enter your name here