ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ଦିନିକିଆ ପାଇଁ ଶୁକ୍ରବାର ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ନିଜ ପ୍ରିୟ ଖେଳାଳିଙ୍କ ଝଲକ ଟିକିଏ ପାଇବା ପାଇଁ ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ରାସ୍ତାରେ କ୍ରିକେଟ୍ ପ୍ରେମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳିମାନଙ୍କୁ ୨ଟି ସ୍ଵତନ୍ତ୍ର ବସରେ ବିମାନବନ୍ଦରରୁ ଭୁବନେଶ୍ୱରର ଏକ ତାରକା ହୋଟେଲକୁ ନିଆଯାଇଛି। ଏଠାରେ ଖେଳାଳିମାନଙ୍କ ରହିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।  

ଭାରତ-ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଫେବ୍ରୁଆରି ୯ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଉଭୟ ଟିମ୍ ଶନିବାର ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ।

ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକରେ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ପୋଲିସ ଫୋର୍ସ। ଏହି ସମୟରେ ଖେଳାଳିଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନାକୁ ବିଶେଷ ଧ୍ୟାନ ଦିଆଯିବ। ବିମାନବନ୍ଦରରୁ ହୋଟେଲ ଓ ହୋଟେଲରୁ ବାରବାଟୀ ଷ୍ଟାଡିୟମକୁ ଯିବା ଆସିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ।

Tags: #IndiavsEngland #ODIMatch #BarabatiStadium #Cricket #Odisha

Comment