ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ହେବାକୁଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିବେ। ଏଠାରେ ରାଜ୍ୟ ବଜେଟ୍ ସମେତ ବିଭିନ୍ନ ବିଭାଗର ପ୍ରସ୍ତାବ ଅନୁମୋଦନ ହେବାର ସମ୍ଭାବନା ରହିଛି।
ଫେବ୍ରୁଆରି ୧୩ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଫେବ୍ରୁଆରି ୧୭ ତାରିଖରେ ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପିତ ହେବ। ଏହା ଉପରେ ଶୁକ୍ରବାର କ୍ୟାବିନେଟ ବୈଠକରେ ମୋହର ବାଜିପାରେ।
କ୍ୟାବିନେଟ ବୈଠକରେ ରାଜ୍ୟ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟ ଏବଂ ସଚିବମାନେ ଯୋଗ ଦେବେ। ଏହି ବୈଠକ ସରିବା ପରେ ମନ୍ତ୍ରୀ ପରିଷଦ ବୈଠକ ବସିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି।
Tags: #StateCabinetMeeting #CMMohanCharanMajhi #Budget2025 #Odisha


















