ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2020/09/odisha-police1.jpg)
ଓଡ଼ିଶା ଗୃହ ବିଭାଗ ପକ୍ଷରୁ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ଓଡ଼ିଶା ପୋଲିସ, ଅଗ୍ନିଶମ ବାହିନୀ ଓ ଜେଲ୍ ବିଭାଗରେ ଖାଲିଥିବା ୯୩୩ଟି ସବ ଇନ୍ସପେକ୍ଟର ଓ ଅନ୍ୟ ପଦବୀ ପୂରଣ ହେବ। ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଓଡ଼ିଶା ପୋଲିସ ଚୟନ ବୋର୍ଡ ପକ୍ଷରୁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଆବେଦନର ଶେଷ ତାରିଖ ଫେବ୍ରୁଆରି ୧୦।
ଆପଣମାନେ ଏହି ସବୁ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- ପୋଲିସ ସବ ଇନ୍ସପେକ୍ଟର – ୬୦୯
- ସବ ଇନ୍ସପେକ୍ଟର (ଅର୍ମଡ୍ ପୋଲିସ) – ୨୫୩
- ଷ୍ଟେସନ ଅଫିସର (ଅଗ୍ନିଶମ) – ୪୭
- ଅସିଷ୍ଟାଣ୍ଟ ଜେଲର୍ – ୨୪
ଯୋଗ୍ୟତା
- ସମସ୍ତ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ
- ପ୍ରାର୍ଥୀମାନଙ୍କ ବୟସ ୨୧ ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
- ପ୍ରାର୍ଥୀମାନେ ଗ୍ରାଜୁଏସନ ପାସ୍ କରିଥିବା ଆବଶ୍ୟକ
ଏହିସବୁ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଶାରୀରିକ ମାନଦଣ୍ଡକୁ ଧାର୍ଯ୍ୟ କରାଯାଇଛି। ଏହାର ଅଧିକ ସୂଚନା ଓଡ଼ିଶା ପୋଲିସର ୱେବସାଇଟରେ ଉପଲବ୍ଧ। ଏହାଛଡ଼ା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ଛାଡ଼ ମିଳିବ।
ଚୟନ ପ୍ରକ୍ରିୟା
- ପ୍ରଥମେ ପ୍ରାର୍ଥୀମାନଙ୍କୁ ଏକ ପ୍ରବେଶିକ ପରୀକ୍ଷା ଦେବାକୁ ହେବ
- ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମେଡିକାଲ ଭେରିଫିକେସନ କରାଯିବ
- ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ଶାରୀରିକ ପରୀକ୍ଷା କରାଯିବ
- ଶେଷରେ ପଦବୀ ପାଇଁ ଚୟନ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ଓଡ଼ିଶା ପୋଲିସ ୱେବସାଇଟରେ ବାହାରିବ
କେମିତି କରିବେ ଆବେଦନ
- ଓଡ଼ିଶା ପୋଲିସର ୱେବସାଇଟ୍ www.odishapolice.gov.inକୁ ଯାଆନ୍ତୁ
- ୱେବସାଇଟ୍ ଭିତରେ ‘କ୍ୟାରିୟର’ ଅପ୍ସନକୁ କ୍ଲିକ କରନ୍ତୁ
- ଏହାପରେ ସେଠାରେ ନିଜର ରେଜିଷ୍ଟ୍ରେସନ କରନ୍ତୁ
- ରେଜିଷ୍ଟ୍ରେସନ ପରେ ‘ଲଗ ଇନ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
- ଫର୍ମ ପୂରଣ ସମୟରେ ନିଜର ପାଖ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
ଏହିସବୁ ପଦବୀ ପରୀକ୍ଷା ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି। ଏଥିଲାଗି କେବେ ପରୀକ୍ଷା କରାଯିବ ସେ ନେଇ ଏସଏସସି ପକ୍ଷରୁ ଆଗକୁ ସୂଚନ ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଓଡ଼ିଶା ପୋଲିସର ୱେବସାଇଟରେ ଉପଲବ୍ଧ।
Tags: #OdishaPolice #Employment #Careers #HomeDept #Odisha