ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ରେ କଂଗ୍ରେସକୁ ପୁଣି ବଡ଼ ଝଟକା। ଗୋଟିଏ ବି ଆସନରେ ଜିତି ପାରିଲା ନାହିଁ କଂଗ୍ରେସ। ଦିଲ୍ଲୀରେ ଏହି ପରାଜୟ କଂଗ୍ରେସ ପାଇଁ ନୂଆ କଥା ନୁହେଁ।

୨୦୧୫ ଏବଂ ୨୦୨୦ ମସିହା ବିଧାନସଭା ନିର୍ବାଚନରେ ମଧ୍ୟ ଖାତା ଖୋଲି ପାରିନଥିଲା କଂଗ୍ରେସ। ଲଗାତର ୩ଟି ନିର୍ବାଚନରେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦିଲ୍ଲୀବାସୀ।

ଭୋଟ ଗଣତି ପ୍ରାରମ୍ଭିକ ପର୍ଯ୍ୟାୟରେ ବାଦଲି ବିଧାନସଭା ଆନସରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା  ଦେବେନ୍ଦ୍ର ଯାଦବ ଆଗରେ ରହିଥିଲେ। ତେବେ ଗଣତି ଯେତିକି ଯେତିକି ଆଗକୁ ବଢ଼ିଥିଲା ସେତିକି ପଛକୁ ଯାଇଥିଲା କଂଗ୍ରେସ ନିର୍ବାଚନୀ ସ୍ଥିତି। ଦିଲ୍ଲୀର କୌଣସି ଗୋଟିଏ ବି ଆସନରେ ଖାତା ଖୋଲିବାକୁ ସମର୍ଥ ହୋଇପାରିଲା ନାହିଁ କଂଗ୍ରେସ।

ଏଗଜିତ ପୋଲର ଆକଳନ ବି ସତ ହେଲା। ଏଥର ଦିଲ୍ଲୀ ନିର୍ବାଚନରେ କଂଗ୍ରେସ ଖାତା ଖୋଲିପାରିବ ନାହିଁ ବୋଲି ଆକଳନ କରିଥିଲା ଏଗଜିଟ ପୋଲ।

ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା। ମୋଟ ୧୩ ହଜାର ୩୩ଟି ବୁଥରେ ମତ ସାବ୍ୟସ୍ତ କରିଥିଲେ ଦିଲ୍ଲୀ ଭୋଟର।

Tags: #DelhiAssemblyElection2025 #Results #BJP #AAP #Congress #Politics

LEAVE A REPLY

Please enter your comment!
Please enter your name here