ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2025/02/Pravesh-Verma.jpg)
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ଲାଗିଛି ଶକ୍ତ ଝଟକା। ଦିଲ୍ଲୀରେ କ୍ଷମତା ଯିବା ସହ ଦଳର ମୁଖିଆ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ହାରିଯାଇଛନ୍ତି। ବିଜେପି ପ୍ରାର୍ଥୀ ପରବେଶ ବର୍ମା ତାଙ୍କୁ ପରାସ୍ତ କରିଛନ୍ତି। ପରବେଶଙ୍କ ବିଜୟ ପରେ ଏବେ ତାଙ୍କ ରାଜନୈତିକ ଜୀବନ ବିଷୟରେ ସବୁ ଅଡ଼େ ଚର୍ଚ୍ଚା।
ନୂଆଦିଲ୍ଲୀ ଆସନ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ଟକ୍କର ଦେଇଥିଲେ ପରବେଶ ବର୍ମା। ସେ ୪ ହଜାରରୁ ଅଧିକ ଭୋଟରେ କେଜ୍ରିୱାଲଙ୍କୁ ପରାସ୍ତ କରିଛନ୍ତି। ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କୁ ୩୦,୦୮୮ ଖଣ୍ଡ ଭୋଟ ମିଳିଥିବା ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମିଳିଛି ୨୬,୦୦୦ ଖଣ୍ଡ ଭୋଟ। ଏଠାରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ପରବେଶ ବର୍ମା ଆଗୁଆ ରହିଥିଲେ।
ପରବେଶ ବର୍ମା ବିଜେପିର ଜଣେ ପ୍ରମୁଖ ନେତା। ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହେବ ସିଂହ ବର୍ମାଙ୍କ ପୁଅ। ରାଜନୈତିକ ପରିବାରରୁ ଆସୁଥିବା ପ୍ରବେଶ ବର୍ମା ଦିଲ୍ଲୀରୁ ୨ ଥର ସାଂସଦ ରହିବା ସହ ଥରେ ବିଧାୟକ ମଧ୍ୟ ରହିଛନ୍ତି।
୨୦୧୩ ମସିହା ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରବେଶ ବର୍ମା ମେହରୋଲି ଆସନରୁ ବିଜୟୀ ହୋଇଥିଲେ। ଏହାପରେ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ଦିଲ୍ଲୀ ଆସନରୁ ଲଗାତର ୨ ଥର ଜିତିଥିଲେ।
ପରବେଶ ବର୍ମା ୧୯୭୭ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଆରକେ ପୁରମର ଦିଲ୍ଲୀ ପବ୍ଲିକ୍ ସ୍କୁଲରୁ ଶିକ୍ଷାଲାଭ କରିବାପରେ କିରୋରି ମଲ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
Tags: #DelhiAssemblyElection2025 #ParveshVerma #BJP #ArvindKejriwal #AAP #Politics