ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ସରିଛି ଭାରତ-ଇଂଲଣ୍ଡ ଦିନିକିଆ। ସୋମବାର ଉଭୟ ଦଳ ଭୁବନେଶ୍ୱରରୁ ବିଦାୟ ନେଇଛନ୍ତି। ବାରବାଟୀ ଦିନିକିଆ ଜିତି ସିରିଜ କବ୍ଜା କରିଛି ଟିମ୍ ଇଣ୍ଡିଆ। ଏବେ ଶେଷ ଦିନିକିଆ ଖେଳିବା ପାଇଁ ଉଭୟ ଦଳ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି।

ସୋମବାର ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳିମାନଙ୍କୁ ୨ଟି ବସରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲରୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଥିଲା। ଏହାପରେ ସେମାନେ ଏକ ସ୍ଵତନ୍ତ୍ର ବିମାନରେ ଅହମ୍ମଦାବାଦ ଯାଇଛନ୍ତି।

ନିଜ ପ୍ରିୟ ଖେଳାଳିଙ୍କୁ ବିଦାୟ ଦେବା ପାଇଁ ହୋଟେଲରୁ ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାରେ କ୍ରିକେଟ୍ ପ୍ରେମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।  

Tags: #IndiavsEngland #ODIMatch #BarabatiStadium #Cricket #Odisha

Comment