ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକ୍ ପରୀକ୍ଷା ୨୦୨୫ ପାଇଁ ଆଡମିଟ୍ କାର୍ଡ ମିଳିବା ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ରହିଛି। ଏହାସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା (ଏସଓଏସସି) ଓ ମଧ୍ୟମା ପରୀକ୍ଷା ପାଇଁ ମଧ୍ୟ ଆଡମିଟ୍ କାର୍ଡ ମିଳିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଟ୍ କାର୍ଡ ବୋର୍ଡ ୱେବସାଇଟ www.bseodisha.ac.in ରୁ ଡାଉନ୍ଲୋଡ୍ କରିପାରିବେ। ଫେବ୍ରୁଆରି ୨୧ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ମଧ୍ୟ ଏକସଙ୍ଗରେ ଅନୁଷ୍ଠିତ ହେବ।

ଚଳିତ ବର୍ଷ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ଜଣ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା। ଏହାସହ ଏସଓଏସସି ପରୀକ୍ଷା ପାଇଁ ୭,୮୩୧ ଜଣ ଓ ମଧ୍ୟମା ପରୀକ୍ଷା ପାଇଁ ୩,୭୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଏଥିପାଇଁ ରାଜ୍ୟରେ ମୋଟ ୩,୧୩୩ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।
Tags: #MatricExam #AdmitCard#Education #Students #Examination #BSE #Odisha