ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ବାଲେଶ୍ଵର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତି। ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ଅଭିଯୋଗରେ ବିଦ୍ୟାଧର ପତିଙ୍କ ୭ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ।
ତହସିଲଦାର ବିଦ୍ୟାଧର ପତିଙ୍କ ବାଲେଶ୍ଵରସ୍ଥିତ ଘର, ରେମୁଣାସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ଵର ଶୈଳଶ୍ରୀ ବିହାର ସ୍ଥିତ ପ୍ଲଟ, ରୁଦ୍ରପୁରରେ ଏକ ଫ୍ଲାଟ, ବାଲେଶ୍ଵର ସଦର ଥାନା କୁରୁଡ଼ା ସ୍ଥିତ ୨ ମହଲା ବିଶିଷ୍ଟ କୋଠା, ସୋରସ୍ଥିତ ପୈତୃକ ଘର ଓ ଭୁବନେଶ୍ଵର ଡୁମୁଡୁମାସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢ଼ଉ ଜାର ରହିଛି।
ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା ନେଇ ଦୀର୍ଘଦିନ ହେଲା ବିଦ୍ୟାଧର ପତିଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ ଜାରି ରହିଛି। ଚଢ଼ଉରେ ୭ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ସହଯୋଗୀ କର୍ମଚାରୀ ସାମିଲ ରହିଛନ୍ତି।
Tags: #VigilanceRaid #BalasoreTahasildar #BidyadharPati #Odisha