ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ। ଗୁରୁବାର ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଡକ୍ଟର ହରିବାବୁ ଖମ୍ଭମପତି ବିଧାନସଭାକୁ ସମ୍ବୋଧିତ କରିଛନ୍ତି। ଏହା ଅଧିବେଶନରେ ଫେବ୍ରୁଆରି ୧୭ ତାରିଖରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ।  

ଗୁରୁବାର ଦିନ ୧୧ଟା ସମୟରେ ବିଧାନସଭାରେ ଆରମ୍ଭ ହୋଇଥିଲା। ବିଧାନସଭାରେ ପ୍ରଥମେ ରାଜ୍ୟପାଳଙ୍କ ଅଭିଭାଷଣ ହୋଇଥିଲା। ଏହାପୂର୍ବରୁ ରାଜ୍ୟପାଳଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ହେବ। ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିବ।

ଫ୍ରେବୃଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହା ପରେ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ କାର୍ଯ୍ୟ ଚାଲିବ।

Tags: #OdishaAssembly #BudgetSession2025 #Governor #Odisha

Comment