ଓଡ଼ିଶାଲାଇଭ୍ ବ୍ୟୁରୋ

ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ଓଡ଼ିଶା ବିଧାନସଭାରେ ଆଗତ ହେବ ବଜେଟ୍। ଅର୍ଥ ବିଭାଗର ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ଣରେ ବଜେଟ୍ ଉପସ୍ଥାପନ କରିବେ। ରାଜ୍ୟରେ ନୂଆ ସରକାର ଆସିବା ପରେ ଏହା ଦ୍ଵିତୀୟ ବଜେଟ୍ ହେବାକୁ ଯାଉଛି।

ନୂଆ ସରକାରଙ୍କ ଏହି ବଜେଟରେ କ’ଣ ରହିବ ତା’ ଉପରେ ସମସ୍ତଙ୍କ ବିଶେଷ ନଜର ରହିଛି। ବଜେଟର ଆକାର କ’ଣ ରହିବ, ଜନକଲ୍ୟାଣ ଯୋଜନାକୁ କେତେ ଅର୍ଥ ବ୍ୟୟବରାଦ ହେବ ତଥା କିଛି ନୂଆ ଯୋଜନା ଘୋଷଣା ହେବାନେଇ ରାଜ୍ୟ ସାରା ଚର୍ଚ୍ଚା ହେଉଛି।   

ଏଥର ବଜେଟର ପରିମାଣ ୩ ଲକ୍ଷ କୋଟି ଟଙ୍କା ଛୁଇଁବାର ସମ୍ଭାବନା ରହିଛି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ଦ୍ରୁତ ଅଭିବୃଦ୍ଧି ନେଇ ଆକଳନ ପରେ, ଏଥର ରାଜ୍ୟ ବଜେଟର ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି। 

ରାଜ୍ୟର ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପ ଓ ଉଦ୍ୟୋଗ, ଚାକିରିଆ ଓ ଚାଷୀମାନେ ଏହି ବଜେଟରୁ ଅନେକ ଆଶା ରଖିଛନ୍ତି। ସରକାର ବଜେଟରେ ଭିତ୍ତିଭୂମି ବିକାଶ, ପାନୀୟ ଜଳ, କୃଷି, ସ୍ଵାସ୍ଥ୍ୟ, ଶିକ୍ଷା, ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ଵ ଦେବାର ସମ୍ଭାବନା ରହିଛି।

ଗତ ବଜେଟରେ ସୁଭଦ୍ରା, ସମୃଦ୍ଧ କୃଷି ଯୋଜନା, ମାଧୋ ସିଂ ହାତ ଖର୍ଚ୍ଚ ଭଳି ନୂଆ ଯୋଜନା ଆସିଥିଲା। ଏଥର ମଧ୍ୟ ବଜେଟରେ କିଛି ସରକାର କିଛି ନୂଆ ଯୋଜନା ଆଣିବାର ସମ୍ଭାବନା ରହିଛି। 

Tags: #Budget2025-26 #OdishaAssembly #CMMohanCharanMajhi #FinanceDept #Odisha

Comment