ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଓଡ଼ିଶାରେ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା। ଆସନ୍ତା ଚଳିତ ଥର ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଉଛନ୍ତି ପ୍ରାୟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ। ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି।
ମଙ୍ଗଳବାର ଦିନ ୧୦ଟାରୁ ଆରମ୍ଭ ହୋଇଛି ପରୀକ୍ଷା। ପରୀକ୍ଷା ସୁପରିଚାଳନା ଲାଗି ଏଥର ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ପରୀକ୍ଷାର ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି।
ସକାଳ ସାଢେ ୮ଟାରେ ହବ୍ରୁ ପ୍ରଶ୍ନପତ୍ର ବାହାରି ସେଣ୍ଟରରେ ପହଞ୍ଚିଥିଲା। ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ଏହାପରେ ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଏହା ଦିନ ୧ଟା ଯାଏଁ ଚାଲିବ।
ଉତ୍ତରଖାତାର ସିରିଏଲ ନମ୍ବର ଓ ପୃଷ୍ଠା ସଂଖ୍ୟା ଭଲ ଭାବରେ ଦେଖି, ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ସଠିକ ଭାବେ ଉତ୍ତର ଖାତାରେ ନିଜ ରୋଲ ନମ୍ବର, ରେଜିଷ୍ଟ୍ରେସନ ନମ୍ବର ଲେଖିବାକୁ କୁହାଯାଇଛି। ପରୀକ୍ଷା ହଲକୁ କଳା ବଲ୍ ପେନ ଏବଂ ଆଡମିଟ୍ କାର୍ଡ ବ୍ୟତୀତ ଅନ୍ୟ ଜିନିଷ ନନେବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ରହିଛି।
ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେଉଥିବା ମୋଟ ଛାତ୍ରଛାତ୍ରୀଙ୍କ ଯୁକ୍ତ ୨ କଳାରେ ୨ ଲକ୍ଷ ୪୭ ହଜାର ୩୯୧ ଜଣ, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୯୮୦ ଜଣ, ବାଣିଜ୍ୟରେ ୨୫ ହଜାର ୫୨୬ ଜଣ ପରୀକ୍ଷା ଦେଉଛନ୍ତି। ଏହାବ୍ୟତୀତ ବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୭୧୧ ପରୀକ୍ଷାର୍ଥୀ ରହିଥିବା ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି।
Tags: #Plus2Exam #Students #CHSE #Education #Odisha