ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା। ଗୁରୁବାର ଦିନ ରାମଲୀଳା ମଇଦାନଠାରେ ଆୟୋଜିତ ଭବ୍ୟ ସମାରୋହରେ ରେଖା ଗୁପ୍ତା ଶପଥ ନେଇଛନ୍ତି। ପଦ ଓ ଗୋପାନୀୟତାର ଶପଥ ପାଠ କରାଇଛନ୍ତି ଉପରାଜ୍ୟପାଳ ଭି କେ ସକ୍ସେନା। ଆଜିଠାରୁ ଦିଲ୍ଲୀର ଶାସନ ଭାର ରେଖା ଗୁପ୍ତାଙ୍କ ହାତରେ ରହିବ।
ସେହିପରି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପରବେଶ ବର୍ମା। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ଜେପି ନଡ୍ଡାଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ଵ ଏବଂ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗ ଦେଇଛନ୍ତି।
ରେଖା ଗୁପ୍ତା ଶାଲିମାର ବାଗରୁ ବିଧାୟକ ନିର୍ବାଚିତ ହୋଇଛନ୍ତି। ସେ ଦିଲ୍ଲୀ ବିଜେପିର ମହାସଚିବ ରହିବା ସହ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅଛନ୍ତି। ସେ ପୂର୍ବରୁ ଦକ୍ଷୀଣ ଦିଲ୍ଲୀ ନଗର ଉନ୍ନୟନର ମେୟର ଥିଲେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାଇଁ ବୁଧବାର ଦିନ ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କ ନାଁରେ ମୋହର ବାଜିଥିଲା। ପରବେଶ ବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା।
Tags: #DelhiCM #OathTakingCeremony #RekhaGupta #ParveshVerma #BJP #DelhiAssemblyElection2025 #Politics #DelhiPolitics