ଓଡ଼ିଶାଲାଇଭ୍ ବ୍ୟୁରୋ

ଫେବ୍ରୁଆରି ୨୪ ତାରିଖରେ ମିଳିବ ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯିବ। ବିହାରର ଭାଗଲପୁରରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏନେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସୂଚନା ଦେଇଛନ୍ତି।

ପିଏମ୍ କିଷାନ ଯୋଜନାର ୧୯ତମ କିସ୍ତିରେ ଦେଶର ୯.୬ କୋଟି ଚାଷୀଙ୍କୁ ପ୍ରାୟ ୨୨ହଜାର କୋଟି ଟଙ୍କା ମିଳିବ। ଏହାପୂର୍ବରୁ ୨୦୨୪ ଅକ୍ଟୋବର ମାସରେ ଯୋଜନାର ୧୮ ତମ କିସ୍ତି ପ୍ରଦାନ କରିଥିଲେ କେନ୍ଦ୍ର ସରକାର।

ଏହି ଅବସରରେ ଓଡ଼ିଶାରେ ଜିଲ୍ଲା ସ୍ତରରେ ଚାଷୀମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯିବ। ଏହି ଅବସରରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଅନ୍ୟ ମନ୍ତ୍ରୀମାନେ ଜିଲ୍ଲାସ୍ତରୀୟ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର ଚାଷୀଙ୍କୁ ୩ଟି କିସ୍ତିରେ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏଥିରେ ଚାଷୀଙ୍କୁ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।

Tags: #PMKishanScheme #Farmers #Farming #Odisha

Comment