ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍‌ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଉଦୀୟମାନ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା ଏବଂ ସିଇଓ ଅମୀୟ ସାମନ୍ତରାୟଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ବାର୍ତ୍ତାଳାପ ଆସନ୍ତୁ ଦେଖିବା।

‘ଓଡ଼ିଶାଲାଇଭ’ ଦ୍ୱାରା ପ୍ରସାରିତ ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ୨୦୨୧ ମସିହାରେ ପ୍ରସାରିତ ହୋଇଥିଲା। ଏହାର ଦ୍ଵିତୀୟ ଅଧ୍ୟାୟରେ ଅତିଥି ଥିଲେ ଷ୍ଟାର୍ଟଅପ୍ ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଫିନିକ୍ସ ରୋବୋଟିକ୍ସ’ର ପ୍ରତିଷ୍ଠାତା ଏବଂ ସିଇଓ ଅମୀୟ ସାମନ୍ତରାୟ। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ତତକାଳୀନ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ‘ଷ୍ଟାର୍ଟଅପ୍‌ ଷ୍ଟୋରି’‌ର ଉପସ୍ଥାପନା କରିଥିଲେ।

ସାଧାରଣରେ ଆଇଆଇଟି ପାଇଗଲେ ଲୋକେ ସ୍ଵର୍ଗ ପାଇଗଲା ପରି ଭାବନ୍ତି। କିନ୍ତୁ ଅମୀୟଙ୍କ କ୍ଷେତ୍ରରେ ତାହା ହୋଇ ନଥିଲା। ସେ ଆଇଆଇଟିକୁ ଛାଡ଼ି ଏନ୍‌ଆଇଟିରେ ପଢ଼ିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ବିଶେଷ କାର୍ଯ୍ୟକ୍ରମରେ ଜାଣନ୍ତୁ କେମିତି ଥିଲା ଅମୀୟ ସାମନ୍ତରାୟଙ୍କ ସଫଳତାର ଯାତ୍ରା।  

Tags: #Startup #AmiyaSamantaray #PhoenixRobotix#StartupStory #StartupOdisha #SkillinOdisha #SkillIndia #Odisha #ଷ୍ଟାର୍ଟଅପଷ୍ଟୋରି #ଅମୀୟ ସାମନ୍ତରାୟ

Comment