ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୋମବାର ସପରିବାର ରାମମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସେ ରାମଲାଲାଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି। ରବିବାର ମହାକୁମ୍ଭରେ ସାମିଲ ହୋଇ ତ୍ରିବେଣୀ ସଂଗମରେ ବୁଡ଼ ପକାଇଥିଲେ ମୁଖ୍ୟମନ୍ତ୍ରୀ।

“ଅଯୋଧ୍ୟାର ପବିତ୍ର ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ଦିବ୍ୟ ଦର୍ଶନ ପାଇବା ଏକ ଅତ୍ୟନ୍ତ ସମ୍ମାନ ଏବଂ ଗୌରବର ବିଷୟ। ଓଡିଶାବାସୀଙ୍କ ପକ୍ଷରୁ ମୁଁ ସମସ୍ତଙ୍କ ସମୃଦ୍ଧି, ସଦ୍ଭାବ ଏବଂ ମଙ୍ଗଳ ପାଇଁ ମୋର ହୃଦୟର ସହିତ ପ୍ରାର୍ଥନା କରୁଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରୁ ବହୁ ଲୋକ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରୁଛନ୍ତି। ସେମାନଙ୍କ ରହିବା ଲାଗି ଏଠାରେ ଓଡ଼ିଶା ସରକାର ଅତିଥି ଭବନ ନିର୍ମାଣ କରିବେ। ଉତ୍ତରପ୍ରଦେଶ ସରକାର ଜମି ଯୋଗାଇଦେବା ମାତ୍ରେ ଅତିଥି ଭବନ ନିର୍ମାଣ କାମ ଆରମ୍ଭ ହେବ।”

ରବିବାର ମୁଖ୍ୟମନ୍ତ୍ରୀ ସପରିବାର ପ୍ରୟାଗରାଜ ଗସ୍ତ କରି ମହାକୁମ୍ଭରେ ସାମିଲ ହୋଇଥିଲେ। ଏହି ଅବସରରେ ସେ ତ୍ରିବେଣୀ ସଙ୍ଗମ ସ୍ଥଳରେ ସ୍ନାନ କରି ପୂଜା ଓ ଆଳତି ମଧ୍ୟ କରିଥିଲେ। ଏହାପରେ ସୋମବାର ସେ ଅଯୋଧ୍ୟା ଯାଇଛନ୍ତି।  

Tags: #CMMohanCharanMajhi #RamTemple #Ayodhya #Mahakumbh #Odisha

Comment