ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାଲାଇଭ୍ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍‘ର ସହ–ପ୍ରତିଷ୍ଠାତା ଏବଂ ସିଇଓ ଅରବିନ୍ଦ ପାଣିଙ୍କ ସହ ସୁବ୍ରତ ବାଗ୍ଚୀଙ୍କ ବାର୍ତ୍ତାଳାପ ଆସନ୍ତୁ ଦେଖିବା।
‘ଓଡ଼ିଶାଲାଇଭ୍’ର ଓ୍ୱେବ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ ୨୦୨୧ ମସିହାରେ ପ୍ରସାରିତ ହୋଇଥିଲା। ଏହାର ତୃତୀୟ ଅଧ୍ୟାୟରେ ଅତିଥି ଥିଲେ ଷ୍ଟାର୍ଟଅପ୍ ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍’ର ସହ–ପ୍ରତିଷ୍ଠାତା ଏବଂ ସିଇଓ ଅରବିନ୍ଦ ପାଣି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ତତକାଳୀନ ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ‘ଷ୍ଟାର୍ଟଅପ୍ ଷ୍ଟୋରି’ର ଉପସ୍ଥାପନା କରିଥିଲେ।
ଯୁବ ଓଡ଼ିଆ ଉଦ୍ୟୋଗୀ ଅରବିନ୍ଦ ପାଣି ଷ୍ଟାର୍ଟଅପ୍ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ଆଜି ଇଣ୍ଟରନେଟ୍ ଏବଂ ମୋବାଇଲ୍ ଫୋନ୍ ମାଧ୍ୟମରେ ଭାରତୀୟ ଭାଷାର ବ୍ୟବହାର ଏକ ନୂଆ ଉଚ୍ଚତାକୁ ଯାଇଛି। ଅରବିନ୍ଦଙ୍କ ଷ୍ଟାର୍ଟଅପ୍ ‘ରେଭରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍’ ଏ କ୍ଷେତ୍ରରେ ଦେଶର ଏକ ଆଗଧାଡ଼ିର କମ୍ପାନି ଭାବେ ଠିଆ ହୋଇଛି।
ଏହି ବିଶେଷ କାର୍ଯ୍ୟକ୍ରମରେ ତାଙ୍କ ଉଦ୍ୟୋଗୀ ଜୀବନ, ବିଶେଷକରି ଷ୍ଟାର୍ଟଅପ୍ ଯାତ୍ରା ପଛର ସଂଘର୍ଷ ଓ ସଫଳତାକୁ ଆସନ୍ତୁ ଜାଣିବା।
Tags: #Startup #ArvindPani #ReverieLanguageTechnologies #StartupStory #StartupOdisha #SkillinOdisha #SkillIndia #Odisha #ଷ୍ଟାର୍ଟଅପଷ୍ଟୋରି #ଅରବିନ୍ଦ ପାଣି