ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଓଡ଼ିଆ ମହିଳା ଉଦ୍ୟୋଗୀ ତଥା ବାୟୋଟେକ୍ ଷ୍ଟାର୍ଟଅପ୍ ‘ସାଇଜେନିକା’ର ପ୍ରତିଷ୍ଠାତା ଏବଂ ସିଇଓ ଡକ୍ଟର ନୁସରତ୍‌ ସଂଘମିତ୍ରାଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ବାର୍ତ୍ତାଳାପ ଆସନ୍ତୁ ଦେଖିବା।

‘ଓଡ଼ିଶାଲାଇଭ୍’ର ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ୨୦୨୧ ମସିହାରେ ପ୍ରସାରିତ ହୋଇଥିଲା। ଏହାର ଚତୁର୍ଥ ଅଧ୍ୟାୟରେ ଅତିଥି ଥିଲେ ବାୟୋଟେକ୍ ଷ୍ଟାର୍ଟଅପ୍ ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ସାଇଜେନିକା’ର ପ୍ରତିଷ୍ଠାତା ଏବଂ ସିଇଓ ଡକ୍ଟର ନୁସରତ୍‌ ସଂଘମିତ୍ରା। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ତତକାଳୀନ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ‘ଷ୍ଟାର୍ଟଅପ୍‌ ଷ୍ଟୋରି’‌ର ଉପସ୍ଥାପନା କରିଥିଲେ।

ଓଡ଼ିଆ ଘରର ଝିଅ ନୁସରତ୍‌ ସଂଘମିତ୍ରା। ବାଲେଶ୍ୱର ସୋରର ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ। ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣା କରି ଆଜି ସେ ଯେଉଁ ନୂଆ ବାଟ ବାହାର କରିଛନ୍ତି, ତାହା ଆଗାମୀ କ୍ୟାନସର ଚିକିତ୍ସା କ୍ଷେତ୍ରରେଏକ ବଳିଷ୍ଠ ଉଦାହରଣ।

କ୍ୟାନସର ଚିକିତ୍ସାର ଏକ ପୁରୁଣା ପଦ୍ଧତି ହେଉଛି କେମୋଥେରାପି। କିନ୍ତୁ ଏହି କେମୋଥେରାପିର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ରୋଗୀମାନେ ବହୁ ଯନ୍ତ୍ରଣା ଓ ଅସୁବିଧା ଭୋଗିଥାନ୍ତି। ଏ ବିଷୟରେ ଗବେଷଣା କରି ସାରା ପୃଥିବୀକୁ ଏବେ ନୂଆ ଆଲୋକ ଦେଖାଇବାକୁ ବାହାରିଛନ୍ତି ଓଡ଼ିଆ ଝିଅ ନୁସରତ୍‌।

ଏହି ବିଶେଷ କାର୍ଯ୍ୟକ୍ରମରେ ତାଙ୍କ ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାକୁ ଆସନ୍ତୁ ଜାଣିବା।

Tags: #Startup #NusratSanghamitra #CyGenica #Biotechnology #StartupStory #StartupOdisha #SkillinOdisha #SkillIndia #ଷ୍ଟାର୍ଟଅପଷ୍ଟୋରି #ନୁସରତ୍‌ ସଂଘମିତ୍ରା

Comment