ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଓ କର୍ମମୟ ଜୀବନର ପରିସୀମା ଥିଲା ଅନେକ ବ୍ୟାପକ। ଓଡ଼ିଶା ପ୍ରତି ଥିବା ତାଙ୍କ ଅବଦାନ ଅତୁଳନୀୟ। ଆଜି ହେଉଛି ତାଙ୍କର ୧୦୯ ତମ ଜନ୍ମ ଜୟନ୍ତୀ। ବିଜୁବାବୁଙ୍କ ଦୀର୍ଘ କର୍ମମୟ ଓ ରାଜନୈତିକ ଜୀବନ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିଛି।

ବିଜୁ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ପାଦ ଦେବା ପୂର୍ବରୁ ଜଣେ ବିଶିଷ୍ଟ ପାଇଲଟ୍‍ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ଖୁବ୍ ଖ୍ୟାତି ଲାଭ କରିଥିଲେ। ତାଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ଆଜି ଓଡ଼ିଶାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ।

ବିଜୁବାବୁଙ୍କ ଦୂରଦୃଷ୍ଟି ଓ କର୍ମନିପୁଣ ଜୀବନର ପ୍ରଶଂସା କେବଳ ଓଡ଼ିଶାରେ ନୁହେଁ ବରଂ ସମଗ୍ର ଭାରତରେ ଶୁଣିବାକୁ ମିଳେ। ବିଜୁ ବାବୁଙ୍କୁ, କିଏ କହେ ‘ମାଟିର ବରପୁତ୍ର’ ତ କିଏ କହେ ‘ଝଡ଼ର ଇଗଲ’। ଇଣ୍ଡୋନେସିଆ ପକ୍ଷରୁ ତାଙ୍କୁ ‘ଭୂମିପୁତ୍ର’ ସମ୍ମାନ ମିଳିଥିଲା। ଏହା ବ୍ୟତୀତ ସେ ‘ଦି ଟଲ୍ ମ୍ୟାନ’ ନାଁରେ ମଧ୍ୟ ଖ୍ୟାତ।

ଓଡ଼ିଶାଲାଇଭର ଏହି ସ୍ୱତନ୍ତ୍ର ଭିଡିଓ ଡକ୍ୟୁମେଣ୍ଟାରିରେ ରହିଛି କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଜୀବନ କାହାଣୀ, ଦେଖନ୍ତୁ ଭିଡିଓ।

Tags: #BijuPatnaik #BirthAnniversary #FormerOdishaCM #Odisha

LEAVE A REPLY

Please enter your comment!
Please enter your name here