ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଦୁଇ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ‘ଓଭୋ ଫାର୍ମ’ର ସହ-ପ୍ରତିଷ୍ଠାତା ସୌମେନ୍ଦ୍ର ମିଶ୍ର ଏବଂ ସମରେନ୍ଦ୍ର ମିଶ୍ରଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କ ବାର୍ତ୍ତାଳାପ ଆସନ୍ତୁ ଦେଖିବା।

‘ଓଡ଼ିଶାଲାଇଭ୍’ର ଓ୍ୱେବ ସିରିଜ୍‌ ‘ଷ୍ଟାର୍ଟଅପ୍‌ ଷ୍ଟୋରି’ ୨୦୨୧ ମସିହାରେ ପ୍ରସାରିତ ହୋଇଥିଲା। ଏହାର ଅଷ୍ଟମ ଅଧ୍ୟାୟରେ ଅତିଥି ଥିଲେ ଦୁଇ ଜଣ ଯୁବ ଓଡ଼ିଆ ଉଦ୍ୟୋଗୀ ତଥା ତଥା ‘ଓଭୋ ଫାର୍ମ’ର ସହ-ପ୍ରତିଷ୍ଠାତା ସୌମେନ୍ଦ୍ର ମିଶ୍ର ଏବଂ ସମରେନ୍ଦ୍ର ମିଶ୍ର। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ତତକାଳୀନ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ‘ଷ୍ଟାର୍ଟଅପ୍‌ ଷ୍ଟୋରି’‌ର ଉପସ୍ଥାପନା କରିଥିଲେ।

ବଲାଙ୍ଗିରର ଦୁଇ ଉଦ୍ୟୋଗୀ ଭାଇ ସୌମେନ୍ଦ୍ର ମିଶ୍ର ଏବଂ ସମରେନ୍ଦ୍ର ମିଶ୍ର। ସହରର ଗୋଟିଏ ଛୋଟିଆ ପଉଲଟ୍ରି ଫାର୍ମରୁ ବ୍ୟବସାୟ ଆରମ୍ଭ କରି ସେମାନେ ଆଜି ତାହାକୁ ଏକ ବିଶ୍ଵସ୍ତରୀୟ ଫାର୍ମରେ ପରିଣତ କରିପାରିଛନ୍ତି। ଏବେ ଓଭୋ ଫାର୍ମରୁ ଦୈନିକ ୧୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି। ଭାରତ ସମେତ ଭାରତ ବାହାରକୁ ଏହି ଫାର୍ମରୁ ଅଣ୍ଡା ରପ୍ତାନି ହେଉଛି।

ସୌମେନ୍ଦ୍ର ଏବଂ ସମରେନ୍ଦ୍ର ତରୁଣ ପିଢ଼ି ତଥା ଷ୍ଟାର୍ଟଅପ୍‌ରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ପରିବାର, ଛାତ୍ର ଜୀବନ, ବିଶେଷକରି ଷ୍ଟାର୍ଟଅପ୍‌ ଯାତ୍ରା ପଛର ସଂଘର୍ଷ ଓ ସଫଳତାର ଅନେକ କଥା ଏହି ସାକ୍ଷାତକାରରେ ଜାଣିବାକୁ ମିଳିବ।

Tags: #Startup #OVOFarm #SoumendraMishra #SamarendraMishra #StartupStory #StartupOdisha #SkilledinOdisha #SkillIndia #Odisha #ଷ୍ଟାର୍ଟଅପଷ୍ଟୋରି #ଓଭୋଫାର୍ମ #ସୌମେନ୍ଦ୍ରମିଶ୍ର #ସମରେନ୍ଦ୍ରମିଶ୍ର

LEAVE A REPLY

Please enter your comment!
Please enter your name here