ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଜୁ ବାବୁଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ନିଜର ଏକ୍ସ ହ୍ୟାଣ୍ଡେଲରେ ବାର୍ତ୍ତା ଜରିଆରେ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
“ବିଜୁ ବାବୁ ଓଡିଶାର ବିକାଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ। ଲୋକଙ୍କୁ ଶସକ୍ତ କରିବାରେ ତାଙ୍କର ଅବଦାନ ଥିଲା ଅତୁଳନୀୟ। ଭାରତରେ ଜରୁରୀକାଳୀନ ପରିସ୍ଥିତିକୁ ଦୃଢ଼ ବିରୋଧ କରି ସେ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ନିଜର ଦୃଢ଼ ପ୍ରତିଶ୍ରୁତିବଦ୍ଧତା ଦର୍ଶାଇ ଥିଲେ”, ଏଭଳି ଟୁଇଟ କରି ବିଜୁବାବୁଙ୍କୁ ମନେ ପକାଇଛନ୍ତି ନରେନ୍ଦ୍ର ମୋଦୀ।
ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁରରେ ଜନ୍ମ ହୋଇଥିଲେ। ତାଙ୍କ ପୂରା ନାଁ ବିଜୟାନନ୍ଦ ପଟ୍ଟନାୟକ। ସେ ସମସ୍ତଙ୍କ ନିକଟରେ ବିଜୁବାବୁ ଭାବେ ପରିଚିତ।
Tags: #BijuPatnaik #BirthAnniversary #FormerOdishaCM #PMNarendraModi #Odisha