ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୁରଭଞ୍ଜ ଜିଲ୍ଲା ବାରିପଦା ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ବଙ୍ଗାଳୀ ସାଂସ୍କୃତିକ ଜାଗରଣ ଯାତ୍ରା ଉଦଘାଟିତ ହୋଇଯାଇଛି। ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟ ଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଙ୍ଗାଳୀ ସାଂସ୍କୃତିକ ଜାଗରଣ ଯାତ୍ରାକୁ ଉଦଘାଟନ କରିଥିଲେ। ଏହାସହ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିଥର ଶୁଭାରମ୍ଭ କରିଥିଲେ।
ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ଏବଂ ପର୍ଯ୍ୟଟନର ବିକାଶ ପାଇଁ ୨୦୦୩ ମସିହାରୁ ବାରିପଦାର ବୁଢ଼ା ବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରା ଏବଂ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତି ଥର ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ତିନିଦିନ ଧରି ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତିଥର ଜିଲ୍ଲା ପରିକ୍ରମା କରିବ। ସାଂସ୍କୃତିକ ସମନ୍ଵୟ ଏବଂ ଭାଇଚାରାର ପରମ୍ପରାଜୁ ମଜଭୂତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା କମିଟି ପକ୍ଷରୁ କୁହାଯାଇଛି।
ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଙ୍କ ସହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବର୍ଷୀୟାନ ସାମ୍ବାଦିକ, ଗବେଷକ ଡକ୍ଟର ବିଜୟ ଅଗ୍ରୱାଲ, ଡାକ୍ତର କୈଳାଶ ଚନ୍ଦ୍ର ମହାନ୍ତି, ସମାଜସେବୀ ଜିତେନ୍ଦ୍ର ମହାନ୍ତି, ମୟୂରଭଞ୍ଜ ସାହିତ୍ୟ ପରିଷଦର ସମ୍ପାଦକ ମନୋଜ ଦଳବେହେରା, ମୂର୍ଚ୍ଛନା ଦାସ ପଟ୍ଟନାୟକ, ପଣ୍ଡିତ ଭାଗବତ ପଣ୍ଡା ଅଶୋକ ପଲେଇ, ଡକ୍ଟର ଶଶୀଧର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ସୁକାନ୍ତ କୁମାର ଜୀଉ, ଇନ୍ଦୁମତି ମହାନ୍ତି, ସଂଯୁକ୍ତା ବସା, ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ସବୁଜ ପତାକା ଦେଖାଇ ଜାଗରଣ ଯାତ୍ରାର ଶୁଭାରମ୍ଭ କରିଥିଲେ।
Tags: #CulturalAwareness #BangaliCulturalAwarness #Mayurbhaj #Odisha