ଓଡ଼ିଶାଲାଇଭ୍ ବ୍ୟୁରୋ

 

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ବାଘାଝରଣ ଡାହିସାହି ଗ୍ରାମରେ ଘଟିଛି ଏକ ଅଘଟଣ। ଡାହିସାହି ଗାଁ ମୁଣ୍ଡରେ ଥିବା ବିଲରୁ ମିଳିଛି ଜଣେ ଯୁବକଙ୍କର ମୃତ ଶରୀର। ଏବିଷୟରେ ମୋରଡ଼ା ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରି ଦେଇଛି।

ମୋରଡ଼ା ପୋଲିସ କହିବାନୁସାରେ, ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବା ଯୋଗୁଁ ଏହି ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟାକାରୀ ହେଉଛନ୍ତି ଖୋଦ୍‌ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଠାକୁରା ମାର୍ଣ୍ଡି।

ଏଥିସହ ମୋରଡ଼ା ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିଛି। ଘଟଣାସ୍ଥଳରୁ ମୃତ ଯୁବକଙ୍କ ଏକ ସ୍କୁଟି ଜଵତ କରିଛି ପୋଲିସ।

ଏହାଛଡ଼ା ମୃତ ଯୁବକଜଣକ ହେଲେ ଭଦ୍ରକ ଜିଲ୍ଲାର ଶଙ୍କରପୁର ଗ୍ରାମର ରାଜେଶ ଶର୍ମା।

Comment