ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାର ଡିଅ।ରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ପୌରହିତ୍ଵରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର କୃଷି ପାନୀୟଜଳ ଶିକ୍ଷା, ଗମନାଗମନ ଓ ସ୍ଵାସ୍ଥ୍ୟସେବା ଉପରେ ଗୁରୁତ୍ଵାରୋପ କରିଥିଲେ ବୈଠକର ସଦସ୍ୟମାନେ।

ଏହି ବୈଠକରେ ମୟୂରଭଞ୍ଜ ଜିଲ୍ଲାର ସାଂସଦ ରାମଚନ୍ଦ୍ର ହାଂସଦା, ରାଜ୍ୟସଭା ସାଂସଦ ସରୋଜିନି ହେମ୍ରମ, ବିଧାୟକ ତଥା ରାଜ୍ୟ ବିଧାନସଭାର ଉପବାଚସ୍ପତି ସାନନ୍ଦ ମ।ର୍ଣ୍ଡି, ବିଧାୟକ ସୁଦାମ ମାର୍ଣ୍ଡି, ବିଧାୟକ ପ୍ରବୀଣଚନ୍ଦ୍ର ଭଞ୍ଜଦେଅ, ବିଧାୟକ ସାଇବା ସୁଶିଲ ହାଂସଦା, ବିଧାୟକ ଗଣେଶ୍ଵର ପାତ୍ର ଓ ଭାଦବ ହାଂସଦା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହାଛଡ଼ା ଜିଲ୍ଲାପାଳ ବିନିତ ଭରଦ୍ଵାଜ, ଡିଅ।ରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ତୁଷାରକାନ୍ତି ମହାନ୍ତି ଏବଂ ଅନ୍ୟାନ୍ୟ ସମସ୍ତ ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

ବିଭିନ୍ନ ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା ଏବଂ ଜିଲ୍ଲାପରିଷଦର ସଦସ୍ୟମାନେ ଏହି ଅ।ଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ସରକାରୀ ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ।

Comment