ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ କଟକସ୍ଥିତ ଏସଟିଏ (ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି) ର ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ।

ପ୍ରଦୀପ କୁମାର ମହାନ୍ତିଙ୍କର ଘର ସମେତ ୯ଟି ଠିକଣା ଉପରେ ଗୁରୁବାର ଦିନ ଚଢ଼ଉ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ତାଙ୍କ ଘରୁ ୨ କିଲୋ ୧୦୦ ଗ୍ରାମର ସୁନା ଏବଂ ନଗଦ ୫୫ ଲକ୍ଷ ଟଙ୍କା ଠାବ କରାଯାଇଛି। ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ।

ପ୍ରଦୀପ କୁମାର ମହାନ୍ତିଙ୍କର ଭୁବନେଶ୍ଵର, ପୁରୀ ଓ ଖୋର୍ଦ୍ଧାରେ ତାଙ୍କର ତିନୋଟି ଆଲିସାନ କୋଠା ରହିଛି। ଭୁବନେଶ୍ଵରରେ ଗୋଟିଏ ଫ୍ଲାଟ ସହ ଖୋର୍ଦ୍ଧା, ନୟାଗଡ଼ ଓ ରଣପୁରର ପ୍ରାଇମ ଲୋକେସନରେ ୧୧ଟି ପ୍ଲଟ ଠାବ କରାଯାଇଛି। ନୟାଗଡ଼ ଜିଲ୍ଲା କୁଶପଲ୍ଲାରେ ତାଙ୍କର ୧୪ ଏକରର ଏକ ଫାର୍ମ ହାଉସ ରହିଛି। ଏହା ସହ ତାଙ୍କ ପାଖରେ ୩ଟି ବେନାମୀ କାର ଓ ଫ୍ଲାଟ ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ନଦେବାରୁ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ପ୍ରଦୀପ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଆସୁଥିଲା। ଚଢ଼ଉରେ ଦୁଇ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ୨୫ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

Tags: #VigilanceRaid #STADyCommissioner #PradeepKumarMohanty #Odisha #Vigilance

Comment