ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ପାଇଲେ ହିତାଧିକାରୀ। ଆଜି, ଶନିବାର ଦିନ ରାଜ୍ୟର ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏଁ ଆସିଛି।
ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀମାନେ ମଧ୍ୟ ଦ୍ଵିତୀୟ କିସ୍ତି ଟଙ୍କା ପାଇଛନ୍ତି। ସୁଭଦ୍ରା ଯୋଜନାରେ ୧ କୋଟି ୮ ଲକ୍ଷ ଆବେଦନ କରିଛନ୍ତି। ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ହିତାଧିକାରୀମାନଙ୍କୁ ସର୍ଭେ କରି ସମାଲି କରାଯିବ।
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିର ଟଙ୍କା ମିଳିବ। ମାର୍ଚ୍ଚ ୬ ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିଥିଲା। ରାଜ୍ୟର ପ୍ରାୟ ୨ ଲକ୍ଷ ୩୦ ହଜାର ହିତାଧିକାରୀ ସୁଭଦ୍ରା ଯୋଜନାରୁ ଉପକୃତ ହୋଇଥିଲେ।
ଗତ ୨୦୨୪ ମସିହା ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଯାଇଥିଲା। ୨୦୨୪ ଅକ୍ଟୋବର ୯ ତାରିଖରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୯ ଲକ୍ଷ ହିତାଧିକାର ଏହି ଯୋଜନାରୁ ଉପକୃତ ହୋଇଥିଲେ।
ସେହିପରି ତୃତୀୟ ପର୍ଯ୍ୟାୟ ଟଙ୍କା ରାଶି ୨୦୨୪ ନଭେମ୍ବର ୨୪ ତାରିଖରେ ୨୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ପ୍ରଥମ କିସ୍ତିର ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ଟଙ୍କା ୨୦୨୫ ମସିହା ଫେବ୍ରୁଆରି ୮ ତାରିଖ ୧୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯାଇଥିଲା।
Tags: #SubhadraYojana #SubhdraBenifit #SecondPhaseSubhadraMoney #WomenEmpowerment #Odisha #OdishaGovt