ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଓଡ଼ିଶାରେ ଏବେ ବଢ଼ିବାରେ ଲାଗିଛି ଖରାର ପ୍ରକୋପ। ୩ରୁ ୪ ଦିନ ହେବ ତାତି ସାମାନ୍ୟ କମ ଥିବାବେଳେ ସୋମବାରଠାରୁ ପୁଣି ବଢିଛି ତାତି। ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ଆସନ୍ତା ସପ୍ତାହେ ମଧ୍ୟରେ ରାଜ୍ୟର ଏକାଧିକ ଅଞ୍ଚଳରେ ହିଟୱେଭ୍ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ବୌଦ୍ଧରେ ୩୯.୨ ଡିଗ୍ରୀ ସହ ରାଜ୍ୟର ସର୍ବୋ‌ଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ରେ ୩୭.୫ ଡିଗ୍ରୀ, ବଲାଙ୍ଗିରରେ ୩୭.୪ ଡିଗ୍ରୀ, ମାଲକାନଗିରିରେ ୩୭.୨ ଡିଗ୍ରୀ, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ଭୁବନେଶ୍ୱରର ତାପମାତ୍ରା ୩୩.୮ ଡିଗ୍ରୀ ରହିଥିବାବେଳେ କଟକରେ ଦିନ ତାପମାତ୍ରା ୩୨.୫ ଡିଗ୍ରୀ ଛୁଇଁଥିଲା।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ଓଡ଼ିଶାରେ ହିଟୱେଭ ହେବାର ସମ୍ଭାବନା ରହିଛି। ବିଶେଷ କରି ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ ବୋଲି ପୂର୍ବାନୁମାନ କରାଯାଇଛି।

ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ି ଚାଲିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ଅଧିକ ବଢ଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Tags: #Weather #TemperatureRise #Summer #MCBBSR #Odisha

LEAVE A REPLY

Please enter your comment!
Please enter your name here