ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାରେ ରେକର୍ଡ ସଂଖ୍ୟାରେ ଅଣ୍ଡାଦାନ କରିଛନ୍ତି ଅଲିଭ୍ ରିଡଲେ କଇଁଛ। ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖ ଯାଏଁ ପ୍ରାୟ ୬ ଲକ୍ଷ ୬୦ ହଜାର କଇଁଛ ଅଣ୍ଡାଦାନ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ।

ଗହୀରମଥାରେ ଏଥର ଅଲିଭ୍ ରିଡଲେ କଇଁଛଙ୍କ ସାମୂହିକ ବସା ସବୁ ରେକର୍ଡକୁ ଅତିକ୍ରମ କରିଛି। ଏହା ପୂର୍ବରୁ ୬ ଲକ୍ଷ ଭିତରେ ରହିଥିଲା। ଦୀର୍ଘ ୩୩ ବର୍ଷ ପୂର୍ବେ ଏହି ରେକର୍ଡ ଭାଙ୍ଗିଛି। କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ ବ୍ୟପାକ ବ୍ୟବସ୍ଥା କରାଯାଇଛି।  

ଦୀର୍ଘଦିନ ଧରି ମାଆ କଇଁଛମାନେ ଗହୀରମଥା ଉପକୂଳରେ ଭିଡ଼ ଜମାଇଥିଲେ ମଧ୍ୟ ପାଗ ଅନୁକୂଳ ନଥିବାରୁ ଅଣ୍ଡାଦାନ କରିପାରୁନଥିଲେ। ୩ ଦିନ ହେବ ପାଗ ଅନୁକୂଳ ହେବାପରେ ସାଢ଼େ ୬ ଲକ୍ଷରୁ ଅଧିକ କଇଁଛ ସମୂହ ଅଣ୍ଡାଦାନ କରିଛନ୍ତି।

ଅନ୍ୟପଟେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ପ୍ରାୟ ୭ ଲକ୍ଷ ଅଲିଭ୍ ରିଡଲେ କଇଁଛ ଅଣ୍ଡା ଦେଇଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ କଇଁଛଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ସାମୁଦ୍ରିକ ପୋଲିସ ସହଯୋଗରେ ୬୭ଟି ପାଟ୍ରୋଲିଂ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ୨୪ ଘଣ୍ଟା ନିରୀକ୍ଷଣ ପାଇଁ ୨୨ଟି ପାଟ୍ରୋଲିଂ ବୋଟ୍ ନିୟୋଜିତ ହୋଇଛି। 

Tags: #OliveRidelyTurtle #SolitaryNesting #Eggs #Gahirmatha #Kendrapara #Odisha

LEAVE A REPLY

Please enter your comment!
Please enter your name here