ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଇଆରବି କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। ଅନ୍ୟାଦେଶ ନଆସିବା ଯାଏଁ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବା ଲାଗି ଗୁରୁବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବୟସ ଅତିକ୍ରାନ୍ତ ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗରେ ଦାୟର ଆବେଦନର ଶୁଣାଣି କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ହାଇକୋର୍ଟ।

ତେବେ ବିଗତ ୬ ବର୍ଷ ପରେ ୧୮ ଶହ ଆଇଆରବି କନଷ୍ଟେବଳ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫଳରେ କିଛି ପ୍ରାର୍ଥୀଙ୍କର ବୟସ ଅଧିକ ହୋଇଥିବା ଯୋଗୁଁ ସେମାନେ ବାଦ ପଡ଼ିଥିଲେ। ପୂର୍ବରୁ କିଛି ପ୍ରାର୍ଥୀ ଏନେଇ ଇଣ୍ଟରଭ୍ୟୁ ଦେବାଲାଗି ହାଇକୋର୍ଟଙ୍କ ଅନୁମତି ପାଇଁ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ହାଇକୋର୍ଟ ମଧ୍ୟ ସେମାନେ ଉକ୍ତ ପଦବୀ ପାଇଁ ଇଣ୍ଟରଭ୍ୟୁ ଦେଇପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଏହା ଭିତରେ ମାର୍ଚ୍ଚ ୧୭ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା। କିନ୍ତୁ ଏଥିରେ ବୟସ ଅତିକ୍ରାନ୍ତ କରିଥିବା ପ୍ରାର୍ଥୀମାନେ ମେଧା ତାଲିକାରୁ ବାଦ ପଡ଼ିଥିଲେ। ଫଳରେ ସେମାନେ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ଗୁରୁବାର ଏହା ଉପରେ ରୋକ ଲଗାଇବା ସହ ମାର୍ଚ୍ଚ ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା କହିଛନ୍ତି।

Tags: #IRBConstable #RecruitmentProcessHold #GovernmentJobs #HighCourtOrder #Odisha

Comment