ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଚିତ୍ରଡ଼ା ନିକଟରୁ ଦୁଇଜଣ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ। ଜଣଙ୍କର ପରିଚୟ ମିଳିଥିବାବେଳେ ଅନ୍ୟଜଣଙ୍କର ଚିହ୍ନଟ ହୋଇନାହିଁ।

ପରିଚୟ ମିଳିଥିବା ମୃତ ମହିଳା ହେଉଛନ୍ତି ଟିଆସି ଗ୍ରାମର ଦୁର୍ଗା ନାଏକଙ୍କ ପତ୍ନୀ ପଖଲି ନାଏ। ଚିତ୍ରଡ଼ା ଜଙ୍ଗଲରୁ ପଖଲିଙ୍କର କ୍ଷତବିକ୍ଷତ ମୃତଦେହ ଜବତ କରିଥିଲ ମୋରାଡ଼ା ପୋଲିସ। ପଖଲି ନାଏକ ହେଉଛନ୍ତି ଦୁର୍ଗା ନାଏକଙ୍କ ପ୍ରଥମ ସ୍ତ୍ରୀ। ଦୁର୍ଗା ନାଏକ ଦ୍ଵିତୀୟ ବିବାହ କରିବା ପରେ ପଖଲି ଅନ୍ୟତ୍ର ରହୁଥିଲେ। ତେବେ ଗତ ସପ୍ତାହରେ ସେ ହାଟକୁ ଯାଇ ଫେରିନଥିଲେ।

ପଖଲି ନିଖୋଜ ହେବା ନେଇ ତାଙ୍କ ପରିବାର ପକ୍ଷରୁ ଚିତ୍ରଡ଼ା ଫାଣ୍ଡରେ ଅଭିଯୋଗ ହୋଇଥିଲା। ଚିତ୍ରଡ଼ା ଜଙ୍ଗଲରେ ଜଣେ ମହିଳାଙ୍କର ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଶବ ଜବତ ହେବା ପରେ ଏହା ପଖଲିଙ୍କର ବୋଲି ଚିହ୍ନଟ କରାଯାଇଛି। ଦୁଷ୍କର୍ମ ପରେ ପଖଲିଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।

ସେହିପରି ଚିତ୍ରଡ଼ା ଫାଣ୍ଡି ପଛରେ ଥିବା ସୁବର୍ଣ୍ଣରେଖା କେନାଲ ନିକଟ ରାସ୍ତାରୁ ସୋମବାର ଦିନ ଆଉ ଜଣେ ମହିଳାଙ୍କର ଗଳିତ ଶବ ଜବତ କରିଛି ପୋଲିସ। ମୃତଦେହ ଆଠ ଦଶ ଦିନ ପୂର୍ବର ହୋଇଥିବା ଅନୁମାନ କରାଯାଉଛି।

ମୃତଦେହ ପଚି ହାଡ଼ରୁ ମାଂସ ଅଲଗା ହୋଇଯାଇଥିବାରୁ ମୃକଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇନାହିଁ। ତେବେ ଖୁବଶୀଘ୍ର ତାଙ୍କୁ ଚିହ୍ନଟ କରାଯିବ ବୋଲି ଚିତ୍ରଡ଼ା ଫାଣ୍ଡି ଅଧିକାରୀ କହିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।

Tags: #DeadBody #Women #Murder #Mayurbhanj #Odisha

LEAVE A REPLY

Please enter your comment!
Please enter your name here