ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବ ନାସନାଲ ବ୍ୟାଙ୍କ (ପିଏନବି)ରେ ଅନେକ ବ୍ୟାଙ୍କିଂ ସ୍ପେସାଲିଷ୍ଟ ଅଫିସର (ଏସଓ) ପଦବୀରେ ନିଯୁକ୍ତି ପାଇଁ ସୁଯୋଗ ରହିଛି। ଭାରତରେ ଥିବା ‘ପିଏନବି’ର ବିଭିନ୍ନ ଶାଖାରେ ୩୫୦ଟି ଏସଓ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି।

ଏହି ପଦବୀଗୁଡ଼ିକ ପାଇଁ ହେବାକୁ ଥିବା ‘ପିଏନବି ଏସଓ’ ପରୀକ୍ଷା ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ମାର୍ଚ୍ଚ ୨୪ ତାରିଖ ଯାଏଁ ଏହି ଆବେଦନ ଚାଲିବ।

ଆପଣମାନେ ‘ପିଏନବି’ର ଏହି ଏସଓ ପରୀକ୍ଷା ଦେବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ସ୍ପେସାଲିଷ୍ଟ ଅଫିସର (ଏସଓ) – ୩୫୦ (ବିଭିନ୍ନ ବିଭାଗ)

ପ୍ରାର୍ଥୀଙ୍କ ବୟସସୀମା

  • ମ୍ୟାନେଜର –  ୨୫ରୁ ୩୫ ବର୍ଷ 
  • ସିନିୟର ମ୍ୟାନେଜର – ୨୭ରୁ ୩୮ବର୍ଷ

ଶିକ୍ଷାଗତ ଯୋଗ୍ୟତା

  • ପ୍ରାର୍ଥୀମାନେ ଅତିକମରେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
  • ବିଭିନ୍ନ ପଦବୀ ପାଇଁ ଆବଶ୍ୟକୀୟ ଅତିରିକ୍ତ ଶିକ୍ଷାଗତ ଯୋଗ୍ୟତାକୁ ପ୍ରାର୍ଥୀମାନେ ପୂରଣ କରୁଥିବା ଆବଶ୍ୟକ   
  • ପ୍ରାର୍ଥୀଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହି ପଦବୀ ପାଇଁ ପ୍ରଥମେ ପିଏନବି ପକ୍ଷରୁ ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯିବ
  • ଶେଷରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ‘ବ୍ୟାଙ୍କିଂ ଏସଓ’ ଭାବେ ନିଯୁକ୍ତି ମିଳିବ

କେମିତି କରିବେ ଆବେଦନ

  • ପିଏନବିର ୱେବସାଇଟ www.pnbindia.in କୁ ଯାଆନ୍ତୁ
  • ୱେବସାଇଟ ଭିତରେ ‘ବ୍ୟାଙ୍କିଂ ଏସଓ’ ନିଯୁକ୍ତି ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ସେଠାରେ ନିଜ ନାମ ପଞ୍ଜୀକରଣ କରନ୍ତୁ
  • ପଞ୍ଜୀକରଣ ପରେ ‘ଲଗ ଇନ’ କରି ବିଭିନ୍ନ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳରେ ଥିବା ସେଣ୍ଟରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

‘ପିଏନବି’ର ଏହି ବ୍ୟାଙ୍କିଂ ଏସଓ ପରୀକ୍ଷା ପାଇଁ ଅନୁସୂଚିତ ଜାତି, ଜନଜାତି ବର୍ଗ ଓ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ୫୦ ଟଙ୍କା ଆବେଦନ ଫି’ ଧାର୍ଯ୍ୟ ହୋଇଛି। ଅନ୍ୟପଟେ ସାଧରଣ, ଅବିସି ଓ ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ  ୧୦୦୦ ଟଙ୍କା ଆବେଦନ ଫି’ ରଖାଯାଇଛି।

ଏହି ବ୍ୟାଙ୍କିଂ ଏସଓ ନିଯୁକ୍ତି ପାଇଁ ପ୍ରିଲିମିନାରି ପରୀକ୍ଷା ୨୦୨୫ ଏପ୍ରିଲ କିମ୍ବା ମେ’ ମାସରେ କରାଯିବ। ଏହା ବାବଦରେ ଏସବିଆଇ ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀଗୁଡ଼ିକର ଅଧିକ ସୂଚନା ‘ପିଏନବି’ର ୱେବସାଇଟରେ ଉପଲବ୍ଧ।

Tags: #PunjabNationalBank #BankSOExam #BankOfficer #Employment #Examination #India

LEAVE A REPLY

Please enter your comment!
Please enter your name here