ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସରକାରୀ ବିଶ୍ଵବିଦ୍ୟାଳୟରେ ଅନେକ ଅଧ୍ୟାପକ ପଦବୀ ଖାଲିପଡ଼ିଛି। ବିଭିନ୍ନ କାରଣରୁ ଏଥିରେ ନିଯୁକ୍ତି ହୋଇପାରୁନାହିଁ। ଏନେଇ ଶୁକ୍ରବାର ବିଧନସଭାରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଗୁରୁବାର ବିଧାନସଭାରେ ଓଡ଼ିଶାର ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ପଦବୀ ବାବଦରେ ପ୍ରଶ୍ନ ପଚାରିଥିଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍। ଏହାର ଉତ୍ତର ରଖିଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
“ଓଡ଼ିଶା ସରକାରଙ୍କ ଦ୍ଵାରା ପରିଚାଳିତ ୧୭ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨,୦୨୭ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦବୀ ରହିଛି। ସେଥିରୁ କେବଳ ୬୭୪ଟି ପଦବୀ ପୂରଣ ହୋଇଥିବାବେଳେ ବାକି ୧,୩୫୩ଟି ପଦବୀ ଖାଲି ପଡ଼ିଛି। କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୧୬୧ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୩୩ଟି ପଦବୀ ଖାଲି ପଡ଼ିଛି”, କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ।
ଅନ୍ୟପଟେ ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨,୮୭୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ରହିଛି। ଯେଉଁଥିରୁ ୭୯୮ଟି ପଦବୀ ପୂରଣ ହୋଇଥିବା ବେଳେ ୨୦୮୧ଟି ପଦବୀ ଖାଲି ରହିଛି। ଆଇନଗତ ବିବାଦ ଯୋଗୁଁ ନିଯୁକ୍ତି ସ୍ଥଗିତ ରହିଥିବା ମନ୍ତ୍ରୀ କହିଛନ୍ତି।
Tags: #GovtUniversities #LecturerPost #HigherEducation #Odisha