ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବର୍ଷା ପରେ ଏବେ ପୁଣି ବଢ଼ିବାକୁ ଯାଉଛି ତାତି। ଆଗକୁ ରାଜ୍ୟରେ ପାଗ ଶୁଖିଲା ରହିବା ସହ ହାରାହାରି ତାପମାତ୍ରା ୫ ଡିଗ୍ରୀ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ବର୍ଷା ହେଉଥିଲା। ଏଥିପାଇଁ ତାପମାତ୍ରା କମିବା ସହ ଖରାରୁ ଆଶ୍ୱସ୍ତି ମିଳିଥିଲା। ଏବେ କାଳବୈଶାଖୀ ପ୍ରଭାବ କମିବା ପରେ ତାତି ବଢ଼ିବାର ସମ୍ଭାବନ ରହିଛି।

ଓଡ଼ିଶାରେ ବିଶେଷ କରି ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ଅଧିକ ରହିବ ବୋଲି ଆକଳନ କରାଯାଇଛି। ଏଠାରେ ମାର୍ଚ୍ଚ ୨୯ ତାରିଖ ସୁଦ୍ଧା ହିଟୱେଭ୍ ଆସିବା ନେଇ ପୂର୍ବାନୁମାନ କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟରେ ଆକାଶ ମେଘମୁକ୍ତ ରହୁଥିବାରୁ ଖରା ବଢ଼ିବ। ରାଜ୍ୟରେ ଆଗାମୀ ୩ରୁ ୪ ଦିନ ଯାଏଁ ତାପମାତ୍ରାରେ ପାଗରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବାବେଳେ ଏହାପରେ ତାପମାତ୍ରା ଧୀରେ ଧୀରେ ବଢ଼ିବାର ସମ୍ଭାବନା ରହିଛି।  

Tags: #Waether #TemparatureRise #Summer #MCBBSR #Odisha

LEAVE A REPLY

Please enter your comment!
Please enter your name here