ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଥିଲା। ଆଗକୁ ନବମ ଓ ଦଶମ ଶ୍ରେଣୀ ପିଲା ମଧ୍ୟାହ୍ନ ଭୋଜନରେ ସାମିଲ ହେବାକୁ ଯାଉଥିବାରୁ ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ।

ସ୍କୁଲ ପିଲାଙ୍କୁ ପୁଷ୍ଟିକର ଲଡୁ ସହ ଅଣ୍ଡା ମଧ୍ୟ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ୩ଟି ପୁଷ୍ଟିକର ଲଡୁ ସହ ଗୋଟିଏ ଅତିରିକ୍ତ ଅଣ୍ଡା ଦିଆଯିବ। ସୋମବାର, ବୁଧବାର ଓ ଶୁକ୍ରବାର ଦିନ ପିଲାଙ୍କୁ ଅଣ୍ଡା ଓ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ପୋଷଣଯୁକ୍ତ ଲଡୁ ଦିଆଯିବ।

Tags: #MiddayMeal #SchoolEducation #Student #Odisha #Food

Comment