ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଆଉ ୮ଟି ସହରରେ ଚାଲିବ ‘ଆମ ବସ୍’। ‘ଆମ ବସ୍’ ସେବା ସହ ଯୋଡ଼ି ହେବାକୁ ଯାଉଥିବା ସହରଗୁଡ଼ିକ ହେଲା ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, ବାଲେଶ୍ଵର, ବାରିପଦା, କେନ୍ଦୁଝର, ରାୟଗଡ଼ା ଓ ଜୟପୁର। କ୍ରୁଟର ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବସଗୁଡ଼ିକର ବେଗ ନିୟନ୍ତ୍ରଣ ଏବଂ ଲୋକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଛି କ୍ରୁଟ। ଦ୍ରୁତ ଗତିରେ ଗାଡ଼ି ଚାଳନା ଉପରେ ଅଙ୍କୁଶ ଲଗାଯାଇଛି। ଇଲେକ୍ଟ୍ରିକ ବସ୍‌ଗୁଡ଼ିକ ଘଣ୍ଟା ପ୍ରତି ୩୫ କିଲୋ ମିଟର ବେଗରେ ଚାଲିବାକୁ ଧାର୍ଯ୍ୟ ହୋଇଛି। ସେହିପରି ସହର ଭିତରେ ଡିଜେଲ ବସ୍ ଘଣ୍ଟା ପ୍ରତି ୪୦  କିଲୋମିଟର ବେଗରେ ଚାଲିବ।

‘ଆମ ବସ୍’ରେ ନିଯୁକ୍ତ ଡ୍ରାଇଭରମାନଙ୍କୁ ସୁରକ୍ଷିତ ଗାଡ଼ି ଚାଳନା ସହ ଯାତ୍ରୀଙ୍କ ପ୍ରତି ଉତ୍ତମ ବ୍ୟବହାର ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।

Tags: #AmaBus #BusService #RoadSafety #Odisha #CRUT

LEAVE A REPLY

Please enter your comment!
Please enter your name here