ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ନାହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀ। ଦୀର୍ଘ ଦିନ ଧରି ଜୀବନ ମରଣ ସହ ଲଢ଼େଇ କରି ସୋମବାର ଦିନ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶାଲାଇଭ୍ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି।
ବରିଷ୍ଠ ସାମ୍ବାଦିକ ନାରାୟଣ ସାହାଣୀ ଦୀର୍ଘ ସମୟ ଧରି ବୈଦ୍ୟୁତିକ ଗଣମାଧ୍ୟମରେ କାମ କରିଛନ୍ତି। ସେ ଈ ଟିଭି ଓଡ଼ିଆର କେନ୍ଦ୍ରାପଡ଼ା ପ୍ରତିନିଧି ଭାବେ ଟିକିନିଖି ଖବର ପରିବେଷଣ କରିଛନ୍ତି। ନାରାୟଣ ସାହାଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍ର କେନ୍ଦ୍ରାପଡ଼ା ପ୍ରତିନିଧି ଭାବେ ମଧ୍ୟ କାମ କରିଛନ୍ତି।
ଗତ ୨୦୨୨ ମସିହାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ନାରାୟଣ ସାହାଣୀ। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କର ସୁସ୍ଥ ହେବାର ଆଶା କ୍ଷୀଣ ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ତାଙ୍କୁ ଘରକୁ ନେଇ ଯାଇଥିଲେ। ସୋମବାର ଦିନ କେନ୍ଦ୍ରାପଡ଼ା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।
ତାଙ୍କ ଦେହାନ୍ତ ଖବର ପରେ ଓଡ଼ିଶାଲାଇଭ୍ ପରିବାର ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଛି।
Tags: #SeniorJournalistNarayanSahani #Accident #Death #Kendrapara #Odisha

















