ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ପ୍ରତିଟି ଓଡ଼ିଆଙ୍କ ଭାବନା ସହ ଜଡ଼ିତ ଏହି ଗୀତ। ବ୍ରିଟିଶ ଭାରତରେ ବିଖଣ୍ଡିତ ଓଡ଼ିଶାକୁ ଏକଜୁଟ କରିବାରେ ଏହି ଗୀତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଆଜି ଓଡ଼ିଶା ଦିବସ ଅବସରରେ ଆସନ୍ତୁ ଆମ ରାଜ୍ୟ ସଙ୍ଗୀତକୁ ସଠିକ୍ ଢଙ୍ଗରେ ଶୁଣିବା।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ୨୦୨୦ ମସିହା ଜୁନ ୭ ତାରିଖ ଦିନ ମନ୍ତ୍ରିମଣ୍ଡଳ ବୈଠକରେ ଗୃହୀତ ହେବା ପରେ ‘ରାଜ୍ୟ ସଙ୍ଗୀତର ମାନ୍ୟତା’ ମିଳିଥିଲା।
‘ବନ୍ଦେ ଉତ୍କଳ ଜନନୀ’କୁ ମନଇଚ୍ଛା ନ ଗାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟ ସୀମା ୨ ମିନିଟ୍ ୧୧ ସେକେଣ୍ଡରେ ସଠିକ୍ ଭାବେ ଗାଇବା ଆବଶ୍ୟକ।
Tags: #BandeUtkalJanani #KantaKabi #LaxmiKantaMohapatra #OdishaDibas #StateAnthem















