ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ଚଳିତ ବର୍ଷର ବଜେଟ୍ ଅଧିବେଶନ ସରିଛି। ଗୁରୁବାର ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଏଥର ୩ଟି କାର୍ଯ୍ୟ ଦିବସ ଥାଇ ବଜେଟ୍‌ ଅଧିବେଶନକୁ ଶେଷ କରାଯାଇଛି।

ବୁଧବାର ସକାଳୁ ଗୁରୁବାର ଭୋର ସମୟ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନର କାର୍ଯ୍ୟ ଚାଲିଥିଲା। ଶେଷ ଦିନରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ପାରିତ ହୋଇଥିଲା।

ଏହାପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ଏହାକୁ ସବୁ ବିଧାୟକ ସମର୍ଥନ କରିଥିଲେ।

ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ବଜେଟ୍ ଅଧିବେଶନ ହୋଇଥିଲା। ଫ୍ରେବୃଆରି ୧୩ରୁ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିଥିଲା। ଏହା ପରେ ମାର୍ଚ୍ଚ ୭ରୁ ଆରମ୍ଭ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ହୋଇଥାନ୍ତା। ହେଲେ ଆଉ ୩ଟି କାର୍ଯ୍ୟ ଦିବସ ଥାଇ ଏହାକୁ ବନ୍ଦ କରାଯାଇଛି।

Tags: #OdishaAssembly #BudgetSession2025 #Governor #Odisha

Comment