ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାର ପ୍ରତିବାଦ କରିବା ସହ ତୁରନ୍ତ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବିଜେଡି ପକ୍ଷରୁ ଗଣଧାରଣା କରାଯାଇଥିଲା।

ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଗାନ୍ଧୀଛକଠାରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବସ୍ତା ବ୍ଲକ ସଭାପତି ଅନୀଲ କୁମାର ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଗଣଧାରଣାରେ ବିଧାୟିକା ସୁବାସିନୀ ଜେନା ଯୋଗଦେଇ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣା ଓଡ଼ିଶାବାସୀଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଛି ବୋଲି କହିଥିଲେ। ଏହି ଅପରାଧ ଗ୍ରହଣୀୟ ନୁହେଁ। ରାଜ୍ୟ ସରକାର ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଗଣଧାରଣାରେ ବିଜୁ ଜନତା ଦଳର ଦଳୀୟ ନେତୃବୃନ୍ଦ ଓ କର୍ମୀ ଯୋଗଦେଇ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଥିଲେ। ଏଥିରେ ଜିଲ୍ଲା ପରିଷଦ ଦେବୀକା‌ ସୋରେନ, ନିଶାକର ସେଠୀ, ବେଣୁଧର ଜେନା, ଲକ୍ଷ୍ମୀଧର ଦାସ, ଦେବୀପ୍ରସନ୍ନ ଭଞ୍ଜ, ଶଙ୍କର କର, ପ୍ରଦୀପ କୁମାର ବିଶ୍ଵାଳ, ମହାଦେବ ଦାସ, ଗୌରାଙ୍ଗ ଚନ୍ଦ୍ର ବେହେରା, ବାଲିଆପାଳ ବ୍ଲକ ସଭାପତି ଗୋବିନ୍ଦ ଦାସ, ରଞ୍ଜନ କୁମାର ଧଳ ସାମିଲ ହୋଇ ଘଟଣାକୁ ନିନ୍ଦା କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Tags: #BijuBabu #BJD #Protest #Balasore #Odisha

LEAVE A REPLY

Please enter your comment!
Please enter your name here