ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଲଙ୍ଗଳେଶ୍ଵରଠାରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଦଳ ପକ୍ଷରୁ ଲଙ୍ଗଳେଶ୍ଵରଠାରେ ସାଧାରଣ ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗଦେଇ ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଜୁବାବୁଙ୍କ ସ୍ମୃତି ଚାରଣ କରି ସେ କହିଥିଲେ, ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁବାବୁଙ୍କ ଅବଦାନ ଅତୁଳନୀୟ। ସେ ଥିଲେ ନାରୀ ସଶକ୍ତିକରଣର ପଥ ପ୍ରଦର୍ଶକ।
କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ବସ୍ତା ବ୍ଲକ ବିଜେଡି ସଭାପତି ଅନିଲ ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ନିଶାକର ସେଠୀ, ବେଣୁଧର ଜେନା, ବିଷ୍ଣୁପ୍ରିୟା ବୁଗୁଡ଼ି, ବରିଷ୍ଠ ବିଜେଡି ନେତା ଭଗବାନ ଗିରି, ପ୍ରଦୀପ ବିଶ୍ଵାଳ, ଲକ୍ଷ୍ମୀଧର ଦାସ, ଦେବୀ ପ୍ରସାଦ ଭଞ୍ଜଙ୍କ ସମେତ ବସ୍ତା ଓ ବାଲିଆପାଳ ବ୍ଲକର ସମସ୍ତ ପଞ୍ଚାୟତର ବରିଷ୍ଠ ନେତୃବୃନ୍ଦ ତଥା ଯୁବ ଛାତ୍ର ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Tags: #BijuPatnaik #DeathAnniversary #FormerOdishaCM #Basta #Balasore #BJD #Odisha