ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ବରିଷ୍ଠ ସାମ୍ବାଦିକ ଏସ୍ଏ କଲିମ। ଶୁକ୍ରବାର ରାତିରେ ହୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଛି। ମାତ୍ର ୫୭ ବର୍ଷ ବୟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଓଡ଼ିଶାଲାଇଭ୍ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି।

ଏସ୍‌ଏ କଲିମ ଭୁବନେଶ୍ଵରସ୍ଥିତ ବାସଭବନରେ ଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସାଙ୍ଗେ ସାଙ୍ଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏସ୍ଏ କଲିମ ୯୦ ଦଶକରୁ ସାମ୍ବାଦିକ ଭାବେ କାର୍ଯ୍ୟ କରିଆସୁଥିଲେ। ଦୀର୍ଘଦିନ ଧରି ସେ ଦୈନିକ ଖବର କାଗଜ ‘ସମ୍ବାଦ କଳିକା’ରେ କାର୍ଯ୍ୟ କରିଛନ୍ତି। ମୃତ୍ୟୁ ପୂର୍ବରୁ ସେ ‘ସମ୍ବାଦ କଳିକା’ର ବାର୍ତ୍ତା ସମ୍ବାଦକ ଭାବେ ଦାୟିତ୍ଵ ତୁଲାଉ ଥିଲେ। ସେ ‘ଉତ୍କଳିକା’, ଦିନଲିପି, ‘ଦର୍ଶନ’ ଆଦି ଖବର କାଗଜ ସହ ବୈଦ୍ୟୁତିକ ଗଣମାଧ୍ୟମରେ ମଧ୍ୟ କାମ କରିଛନ୍ତି।

ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖଳିଯାଇଛି। ଏସ୍ଏ କଲିମଙ୍କୁ ତାଙ୍କ ଭୁବନେଶ୍ଵରସ୍ଥିତ ବାସଭବନରେ ଆତ୍ମୀୟସ୍ଵଜନ, ସାମ୍ବାଦିକ ତଥା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।  

Tags: #SeniorJournalistSAKalim #Death #Odisha #Journalist

Comment