ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଏନେଇ ଭାଟିକାନ ସିଟି ପକ୍ଷରୁ ସୂଚନା ଦିଆଯାଇଛି।
ପୋପ୍ ଫ୍ରାନ୍ସିସ୍ ନିମୋନିଆରେ ପୀଡ଼ିତ ହୋଇ ଧୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲେ। ତେବେ ସୋମବାର ଦିନ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।
ପୋପ୍ ଫ୍ରାନ୍ସିସ୍ ରୋମନ କ୍ୟାଥୋଲିକ୍ ଚର୍ଚ୍ଚର ପ୍ରଥମ ଲାଟିନ ଆମେରିକୀୟ ଧର୍ମଗୁରୁ ଥିଲେ। ତାଙ୍କୁ ୨୦୧୩ ମସିହାରେ ପୋପ୍ ଉପାଧି ମିଳିଥିଲା। ପୋପ ବେନେଡିକ୍ଟଙ୍କ ଇସ୍ତଫା ପରେ ସେ ଏହି ପଦ ସମ୍ଭାଳି ଥିଲେ।
ପୋପ୍ ଫ୍ରାନ୍ସିସ ୧୯୩୬ ମସିହା ଡିସେମ୍ବର ୧୭ ତାରିଖରେ ଆର୍ଜେଣ୍ଟିନାର ବ୍ୟୁନସ ଆୟର୍ସରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ନାଁ ଥିଲା ଜୋର୍ଗେ ମାରିଓ ବର୍ଗୋଗଲିଓ।
Tags: #PopeFrancis #Death #VaticanCity