ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ୨୦୨୫ରେ ବର୍ଷା ଧୋଇଦେଲା ସନ୍‌ରାଇଜର୍ସ ହାଇଦ୍ରାବାଦର ଆଶା। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ‘କର ବା ମର’ ମ୍ୟାଚଟି ବର୍ଷା ଯୋଗୁଁ ଅଧାରେ ରହିଗଲା। ଫଳରେ ପ୍ଲେ-ଅଫ୍‌ ଦୌଡ଼ରୁ ବାଦ୍ ପଡ଼ିଲା ହାଇଦ୍ରାବାଦ।

ଏହି ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଭାବୀ ବୋଲିଂ କରି ଦିଲ୍ଲୀକୁ ୧୩୩ ରନରେ ଅଟକାଇବାରେ ସଫଳ ମଧ୍ୟ ହୋଇଥିଲା। ହାଇଦ୍ରାବାଦ କ୍ୟାପଟେନ ପ୍ୟାଟ୍ କମିନ୍ସ ୪ ଓଭରରେ ୧୯ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ।

ତେବେ ପ୍ରଥମ ଇନିଂସ୍ ଶେଷ ହେବା କ୍ଷଣି ହାଇଦ୍ରାବାଦରେ ବର୍ଷା ଆରମ୍ଭ ହୋଇଥିଲା। ଶେଷରେ ଓଦା ଆଉଟ୍ ଫିଲ୍ଡ ପାଇଁ ମ୍ୟାଚଟି ବାତିଲ ହୋଇଯାଇଥିଲା। ଫଳରେ ଉଭୟ ଟିମ୍ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିଥିଲେ। ଏବେ ଦିଲ୍ଲୀ କ୍ୟାପିଟାଲ୍ ୧୩ ପଏଣ୍ଟ ସହ ୫ ନମ୍ବର ସ୍ଥାନରେ ରହିଥିବାବେଳେ ହାଇଦ୍ରାବାଦ ୭ ପଏଣ୍ଟ ସହ ଆଇପିଏଲ୍ ପ୍ଲେ-ଅଫରୁ ବାଦ୍ ପଡ଼ିଛି।

#IPL2025 #RainInterruption #SRHvDC #SunrisersHyderabad

Comment