ଓଡ଼ିଶାଲାଇଭ୍ ବ୍ୟୁରୋ

ପହଲଗାମ ଆକ୍ରମଣ ପରେ ପୁଣି ଚର୍ଚ୍ଚାରେ ସୀମା ହାଇଦର। ୨୦୨୩ରେ ପ୍ରେମ ପାଇଁ ପାକିସ୍ତାନର ସୀମା ଡେଇଁ ଭାରତ ଆସିଥିଲେ ସୀମା। ପ୍ରେମିକ ସଚିନ ମିଣାଙ୍କୁ ବିବାହ କରି ସେ ଭାରତରେ ରହୁଛନ୍ତି। ପହଲଗାମ ଘଟଣା ପରେ ପାକିସ୍ତାନ ନାଗରିକଙ୍କୁ ଦେଶ ଛାଡ଼ି ଯିବା ପାଇଁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ତାଲିକାରେ ସୀମାଙ୍କ ନାଁ ନଥିବାରୁ ସେ ଏବେ ଭାରତରେ ଅଛନ୍ତି।

କାରଣ ସୀମା ଭିଜା ଜରିଆରେ ଭାରତ ଆସିନାହାନ୍ତି। ଚାରି ପିଲାଙ୍କୁ ଧରି ନେପାଳ ବାଟ ଦେଇ ସୀମା ପାକିସ୍ତାନରୁ ଭାରତ ଆସିଥିଲେ। ଅବୈଧ ଭାବେ ଭାରତ ଆସିଥିବାରୁ ସୀମାଙ୍କ ବିରୋଧରେ ଉତ୍ତର ପ୍ରଦେଶର ଏକ କୋର୍ଟରେ ମାମଲା ବିଚାରଧୀନ ରହିଛି।

ଭାରତରେ ରହିବାକୁ ଅନୁମତି ମିଳୁ ବୋଲି ସରକାରଙ୍କୁ ଗୁହାରି କରିଛନ୍ତି ସୀମା। ସେ କହିଛନ୍ତି, “ଏବେ ମୁଁ ପାକିସ୍ତାନ ଝିଅ ନୁହେଁ, ଭାରତର ବୋହୂ”।

ତେବେ ଉତ୍ତରପ୍ରଦେଶ ପୋଲିସ କହିଛି, ସୀମା ପାକିସ୍ତାନ ଫେରିଯିବେ ନା ଭାରତରେ ରହିବେ, କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେବେ।

Tags: #SeemaHaider #VisaBan #PahalgamAttack #indiapakistantensions

Comment