ଓଡ଼ିଶାଲାଇଭ୍ ବ୍ୟୁରୋ

ଅପରେସନ ସିନ୍ଦୂର ପରେ ବି ଚେତିଲାନି ପାକିସ୍ତାନ। ଭାରତର ୧୫ଟି ସାମରିକ ବେସ୍ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଛି ପାକିସ୍ତାନ। ତେବେ ପାକିସ୍ତାନ ପଟୁ ଆସିଥିବା ମିସାଇଲ୍ ଓ ଡ୍ରୋନକୁ ଅଧା ବାଟରୁ ଖସାଇ ଦେଇଛି ଭାରତ। ଆଉ ଏହାର ଜବାବ ଦେବାକୁ ଯାଇ ଲାହୋରରେ ଥିବା ପାକିସ୍ତାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଧ୍ୱଂସ କରିଦେଇଛି ଭାରତ।

ଅପରେସନ୍ ସିନ୍ଦୂରରେ କେବଳ ଆତଙ୍କୀ ଆଡ୍ଡା ଉପରେ ଭାରତ ଟାର୍ଗେଟ କରିଥିଲା। ଏବେ ପାକିସ୍ତାନର ମତିଗତି ଦେଖି ରଣନୀତି ବଦଳାଇଛି ଭାରତ। ପାକିସ୍ତାନ ପଟୁ କୌଣସି ଆକ୍ରମଣ ହେଲେ ଏହାର କଡ଼ା ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

ଅନ୍ୟପଟେ ପାକିସ୍ତାନ ଅଭିଯୋଗ କରିଛି ଲାହୋର ବ୍ୟତୀତ ଗୁଜରାଁୱାଲା, ରାୱଲପିଣ୍ଡି, ଚକୱାଲ, ବାହାୱଲପୁର, ମିଆଁୱାଲି, କରାଚୀ ଆଦି ସ୍ଥାନରେ ଭାରତ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଛି। ତେବେ ଉଭୟ ଦେଶର ଏଭଳି ଲଗାତର ଆକ୍ରମଣ ଯୁଦ୍ଧ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।

 Tags: #Pahalgam #OperationSindoor #AirStrike #India #Kasmir #JammuKashmir #Pakistan #WarAlert #IndiaStrikesBack

Comment