ଓଡ଼ିଶାଲାଇଭ୍ ବ୍ୟୁରୋ
କବି ଅଚ୍ୟୁତାନନ୍ଦ ପଞ୍ଚଶଖା ଯୁଗର ଜଣେ ଶ୍ରେଷ୍ଠ କବି। ତାଙ୍କୁ ମହାପୁରୁଷ ଅଚ୍ୟୁତାନନ୍ଦ ବୋଲି କୁହାଯାଏ। ତାଙ୍କ ବିଷୟରେ ଅନେକ କିମ୍ବଦନ୍ତୀ ରହିଛି।
ମହାରାଜା ପ୍ରତାପରୁଦ୍ର ଦେବଙ୍କ ଶାସନ। ସମ୍ରାଟଙ୍କ ନିକଟରେ ଅଭିଯୋଗ ପହଞ୍ଚିଲା ଯେ, ଅଚ୍ୟୁତାନନ୍ଦ ନିଜକୁ ଶୂନ୍ୟ ସାଧକ ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ସେ ଜଣେ ଭଣ୍ଡ ବାବା। ତେଣୁ ପ୍ରତାପରୁଦ୍ର ଆଦେଶ ଦେଲେ ଯେ, ଅଚ୍ୟୁତାନନ୍ଦ ତାଙ୍କ ସାଧନାର ପ୍ରମାଣ ଦିଅନ୍ତୁ। ଦିନେ ସକାଳୁ ଶ୍ରୀକ୍ଷେତ୍ର ପୁରୀରେ ଚହଳ ପଡ଼ିଗଲା। ଜଣେ ଲୋକ ବାଘ ଛାଲ ପକାଇ ତା’ଉପରେ ସାଧନା ମୁଦ୍ରାରେ ବସିଛି।
ଖବର ପାଇ ରାଜା ଅନ୍ୟମାନଙ୍କୁ ସାଙ୍ଗରେ ଧରି ସେଠି ପହଞ୍ଚିଲେ। ଦେଖିଲେ ଅଚ୍ୟୁତାନନ୍ଦ ଗୋଟିଏ ବାମ୍ଫି ବା ବଡ଼ କୂଅ ଉପରେ ବାଘଛାଲ ଉପରେ ଶୂନ୍ୟରେ ବସିଛନ୍ତି। ସେ ତରବାରୀ ଚଳାଇ ଦେଖିଲେ ଯେ, ବାମ୍ଫି ମୁହଁରେ ଶୂନ୍ୟେ ଶୂନ୍ୟେ ବସିଛନ୍ତି ସାଧୁ ଅଚ୍ୟୁତାନନ୍ଦ। ସେଦିନଠାରୁ ଗଜପତି ମହାରାଜା ପ୍ରତାପରୁଦ୍ର ଦେବ ଅଚ୍ୟୁତାନନ୍ଦଙ୍କୁ ଗୁରୁ ଭାବେ ଗ୍ରହଣ କରିନେଲେ।
Tags: #AchyutanandaDas #OdiaPoet #AmazingFacts










