ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ପାଇଁ ଘୋଷଣା ହେଲା ‘ଅତିବଡ଼ି ଜଗନ୍ନାଥ ଦାସ’ପୁରସ୍କାର। ଓଡ଼ିଶା ସାହିତ୍ୟ ଏକାଡେମୀର ଏହି ସର୍ବୋଚ୍ଚ ସମ୍ମାନ ପାଇବେ ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥ। ଆଜୀବନ ସାହିତ୍ୟ ସାଧନା ପାଇଁ ରମାକାନ୍ତ ରଥଙ୍କୁ ମିଳିବ ଏହି ପୁରସ୍କାର।

‘ଶ୍ରୀରାଧା’ କାବ୍ୟ ପାଇଁ ସାହିତ୍ୟ ଜଗତରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି ରମାକାନ୍ତ ରଥ।

୧୯୭୭ରେ ‘ସାହିତ୍ୟ ଏକାଡେମୀ ପୁରସ୍କାର’, ୧୯୯୨ରେ ସମ୍ମାନଜନକ ‘ସରସ୍ୱତୀ ସମ୍ମାନ’, ୧୯୯୦ ବିଷୁବ ସମ୍ମାନ, ୨୦୦୬ରେ ‘ପଦ୍ମ ଭୂଷଣ’ ପାଇଛନ୍ତି ସେ।

ଶ୍ରୀ ପଳାତକ, କେତେ ଦିନର, ଅନେକ କୋଠରୀ, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ ଓ ସଚିତ୍ର ଅନ୍ଧକାର ପୁସ୍ତକ ଲେଖି ରମାକାନ୍ତ ପାଠକଙ୍କ ମହଲରେ ଆଦରଣୀୟ ହୋଇପାରିଛନ୍ତି।

୧୯୫୭ରେ ରମାକାନ୍ତ ରଥ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମଧ୍ୟ ରହିଥିଲେ।

Comment