ଓଡ଼ିଶାଲାଇଭ୍ ବ୍ୟୁରୋ
ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିଥିଲା ପାକିସ୍ତାନ। ହେଲେ ଭାରତର ମଜଭୁତ ଏୟାର ଡିଫେନ୍ସ ଏହି ହମ୍ଲାକୁ ବିଫଳ କରିଦେଇଥିଲା। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ସେନାର ମେଜର ଜେନେରାଲ କାର୍ତ୍ତିକ ସି ଶେଷାଦ୍ରି।
ସେ କହିଛନ୍ତି, “ମେ’ ୮ ତାରିଖ ରାତିରେ ସ୍ୱର୍ଣ୍ଣ ମନ୍ଦିର ଉପରକୁ ଡ୍ରୋନ୍ ଏବଂ ମିସାଇଲ୍ ମାରିଥିଲା ପାକିସ୍ତାନ। ତେବେ ଆମର ସାହସୀ ଏବଂ ସତର୍କ ବାୟୁ ପ୍ରତିରକ୍ଷା ଗନର୍ସମାନେ ପାକିସ୍ତାନୀ ସେନାର ଏହି ଯୋଜନାକୁ ବିଫଳ କରିଦେଇଥିଲେ। ଆକାଶ ମିସାଇଲ୍ ଓ L-70 ଏୟାର ଡିଫେନ୍ସ ଗନ ଦ୍ଵାରା ସମସ୍ତ ଡ୍ରୋନ୍ ଏବଂ ମିସାଇଲକୁ ଖସାଇ ଦିଆଯାଇଥିଲା।”
‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଏବଂ ପିଓକେରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ଵଂସ କରିଥିଲା ଭାରତ। ଏହାପରେ ପ୍ରତିଶୋଧ ପରାୟଣ ହୋଇ ଭାରତର ବିଭିନ୍ନ ସହର ଓ ସୈନ୍ୟ ବେସ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ।
Tags: #OperartionSindoor #GoldenTemple #PakistaniAttack











