ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁର ବେଲୁରଠାରୁ ସାତ କିଲୋମିଟର ଦୂରରେ ଥିରୁମାଲାଇ କୋଡିଠାରେ ଲକ୍ଷ୍ମୀ ନାରାୟଣ ମନ୍ଦିର ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମନ୍ଦିର ୧୫୦୦ କିଲୋଗ୍ରମା ସୁନାରେ ତିଆରି ହୋଇଛି। ଏହି କାରଣରୁ ଏହାକୁ ଦକ୍ଷିଣ ଭାରତର ‘ସ୍ୱର୍ଣ୍ଣ ମନ୍ଦିର’ କୁହାଯାଏ।

ଏହି ମନ୍ଦିର ପ୍ରାୟ ୧୦୦ ଏକର ଜମିରେ ନିର୍ମିତ ହୋଇଛି। ଏହାକୁ ନିର୍ମାଣ କରିବାକୁ ପ୍ରାୟ ସାତ ବର୍ଷ ସମୟ ଲାଗିଥିଲା। ଏହାର ନିର୍ମାଣ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଏହି ମନ୍ଦିର ଦିନରେ ସୂର୍ଯ୍ୟ କିରଣରେ ଚମକି ଥାଏ। ରାତିରେ ଦୀପ ଆଲୋକରେ ଏହା ଖୁବ ସୁନ୍ଦର ଦେଖାଯାଇଥାଏ। ଏହି ମନ୍ଦିର ପ୍ରଥମ ଥର ପାଇଁ ୨୦୦୭ରେ ଅଗଷ୍ଟ ୨୪ରେ ଦର୍ଶନ ପାଇଁ ଖୋଲା ଯାଇଥିଲା। ମନ୍ଦିର ନିର୍ମାଣରେ ଖର୍ଚ୍ଚ ହୋଇଥିବା ସୁନା ଯୋଗୁଁ ଏହାର ସୁରକ୍ଷା ପାଇଁ ୨୪ ଘଣ୍ଟା ପୋଲିସ କର୍ମଚାରୀ ସେଠାରେ ନିୟେଜିତ ଥାଆନ୍ତି।

Comment